40

ନାବାର୍ଡର ଆଗ୍ରି କ୍ଲିନିକ୍ ଓ ବିଜିନେସ୍ ସେଣ୍ଟର କର୍ମଶାଳା 

ବ୍ରହ୍ମପୁର-୨୪/୧(ମନୋଜ କୁମାର ପାତ୍ର) : ନାବାର୍ଡ ପକ୍ଷରୁ କେନ୍ଦ୍ର ସରକାରଙ୍କର ଆଗ୍ରି କ୍ଲିନିକ ଓ ଆଗ୍ରି ବିଜିନେସ ସେଣ୍ଟର ଯୋଜନା ଉପରେ ଏକ କର୍ମଶାଳା ସ୍ଥାନୀୟ ହୋଟେଲ ଶଙ୍କର ଭବନରେ ଅନୁଷ୍ଠିତ ହୋଇଯାଇଛି।ଯୋଜନାକୁ ସଫଳ ରୂପେ କାର୍ଯ୍ୟକାରୀ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା।ନାବାର୍ଡ ଗଂଜାମ ଜିଲ୍ଲା ଅଧିକାରୀ ସୁମନ ସାହୁ ଯୋଜନାର ମୁଖ୍ୟ ବିଶେଷ୍ୟତା ଗୁଡିକ ଉପରେ ଆଲୋକପାତ କରିଥିଲେ।ସେହିଭଳି ଯୋଜନାରେ ଥିବା ପ୍ରଶିକ୍ଷଣ ବ୍ୟବସ୍ଥା ବିଷୟରେ ନିଷ୍ଟର ପ୍ରଫେସର ରତ୍ନାକର ମିଶ୍ର ଅବଗତ କରିଥିଲେ।ଜିଲ୍ଲାର କିଛି ଯୁବ ଉଦ୍ୟମି ଏହି କର୍ମଶାଳାରେ ଅଂଶଗ୍ରହଣ କରି ନିଜ ନିଜର ଅନୁଭୁତି ରଖିଥିଲେ।କୃଷି,ଉଦ୍ୟାନ କୃଷି,ପଶୁସମ୍ପଦ ଓ ମତ୍ସ୍ୟ ପ୍ରମୁଖ ବିଭାଗୀୟ ଅଧିକାରୀ ଯୋଗ ଦେଇ କୃଷି ଏବଂ ଆନୁସଙ୍ଗିକ ସୁବିଧା ସୁଯୋଗ ସମ୍ପର୍କରେ କହିଥିଲେ।ସରକାରଙ୍କ ପକ୍ଷରୁ ଚାଷୀ ନିମନ୍ତେ ବିଭିନ୍ନ ସୁବିଧା ସୁଯୋଗ ରହିଛି।ଏଣୁ ବିଭିନ୍ନ ବିଭାଗ ଓ ବ୍ୟାଙ୍କ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିଲେ ଏହାର ସୁବିଧା ଚାଷୀ ନିକଟରେ ପହଞ୍ଚିବ ବୋଲି ଆଲୋଚନାରେ ମତ ପ୍ରକାଶିତ ହୋଇଥିଲା।ସେହିଭଳି ଗଂଜାମ ଜିଲ୍ଲା ଏଲ ଡ଼ି ଏମ ଅଶୋକ କୁମାର ପଣ୍ଡା ସରକାରୀ ଯୋଜନା ବିଷୟରେ ଅଧିକ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଥିଲେ।ଆୟୋଜିତ କର୍ମଶାଳାରେ ବିଭିନ୍ନ ବ୍ୟାଙ୍କ, ଯୁବ ଉଦ୍ୟମି,ଅଣ ସରକାରୀ ସଂଗଠନ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!