କଳାହାଣ୍ଡି ୨୫।୦୧ : କଳାହାଣ୍ଡି ଜିଲ୍ଲା କଲମପୁର-ମୁଖିଗୁଡ଼ାରେ ରାସ୍ତାରେ ଅବରୋଧ କରିଛନ୍ତି ଚାଷୀ । ଯାହାଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । କଳାହାଣ୍ଡି ଜିଲ୍ଲା ପଣ୍ଡି ଗାଁ ମଣ୍ଡିରେ ୨୨ହଜାର କ୍ୱିଣ୍ଟାଲ୍ରୁ ଅଧିକ ଧାନ ବିକ୍ରି ପାଇଁ ପଡିରହିଛି । କିନ୍ତୁ କ୍ରୟ ଟାର୍ଗେଟ ଶେଷ ହୋଇଯାଇଥିବା କହି ଆଉ ଧାନ କ୍ରୟ କରାଯାଉନାହିଁ । ଯାହାର ସୂଚନା ପାଇଁ ଚାଷୀଙ୍କ ପକ୍ଷରୁ ପ୍ରତିବାଦ କରାଯାଉଛି । ଟ୍ରାକ୍ଟର ବୋଝେଇ ଧାନ ରଖି ରାସ୍ତା ଅବରୋଧ ଜାରି ରଖିଛନ୍ତି ।ଏହି ମଣ୍ଡିରେ ୪୪ହଜାର କୁଇଣ୍ଟାଲ ଧାନ କ୍ରୟ ପାଇଁ ନିର୍ଦ୍ଦେଶ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୨ ହଜାର କୁଇଣ୍ଟାଲ ଧାନ ଉଠାଣ ହୋଇଛି। ଗତ ୧ ତାରିଖ ଠାରୁ ମିଲର ଧାନ ଉଠାଣ ବନ୍ଦ ରଖିଛନ୍ତି। ମଣ୍ଡିରେ ଆଉ ୨୨ ହଜାର କୁଇଣ୍ଟାଲ ଧାନ ରେ ମଣ୍ଡିରେ ପଡ଼ିରହିଛି। ଏନେଇ ଚାଷୀ ସ୍ଥାନୀୟ ବିଡ଼ିଓ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ନହେବାରୁ ଆଜି ସକାଳୁ ଚାଷୀ କଲମପୁର ମୁଖୀଗୁଡା ରାସ୍ତା ଅବରୋଧ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |