48

ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ସ୍ମାର୍ଟଫୋନ୍

ଭୁବନେଶ୍ୱର,୨୫/୦୧: ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ସ୍ମାର୍ଟ ଫୋନ୍‌ । ଏ ଘୋଷଣା କରିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ । ତୃଣମୂଳସ୍ତରରେ ଅଙ୍ଗନବାଡ଼ି କର୍ମୀମାନେ କାମ କରୁଥିବାରୁ ଓ ସରକାରଙ୍କ ବହୁ ଯୋଜନାରେ ତାଙ୍କର ଭାଗିଦାରିତା ରହୁଥିବାରୁ ସରକାର ସେମାନଙ୍କୁ ସ୍ମାର୍ଟ ଫୋନ୍‌ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ସରକାରୀ ସୂଚନା ସେମାନଙ୍କ ନିକଟରେ ଶୀଘ୍ର ପହଞ୍ଚିପାରିବ । ଜିଲ୍ଲାସ୍ତରରେ ହ୍ୱାଟସଆପ୍‌ ଗ୍ରୁପ୍‌ ମାଧ୍ୟମରେ ଜରୁରି ସରକାରୀ ନିଷ୍ପତ୍ତି ଅଙ୍ଗନବାଡ଼ି କର୍ମୀଙ୍କ ପାଖରେ ଶୀଘ୍ର ପହଞ୍ଚିବ । ସେମାନଙ୍କଠାରୁ ଜରୁରି ସୂଚନା ମଧ୍ୟ ସ୍ମାର୍ଟଫୋନ ଜରିଆରେ ସଂଗ୍ରହ କରିହେବ । ଏହାଛଡ଼ା ସବୁ ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କ ଉଚ୍ଚତା ଓ ଓଜନ ମାପିବାକୁ ମେସିନ ଦିଆଯିବ । ସବୁ କେନ୍ଦ୍ରକୁ ପିଇବା ପାଣି ଫିଲ୍‌ଟର ମଧ୍ୟ ମିଳିବ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ଘୋଷଣା କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!