ସମ୍ବଲପୁର ,୨୫।୦୧ : ବର୍ଷୀୟାନ ଓଡ଼ିଆ ଅଭିନେତା ଶାନ୍ତି ସ୍ୱରୂପ ମିଶ୍ରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ଶନିବାର ଦିନ ସେ ବାଥ୍ରୁମ୍ରେ ପଡ଼ି ଯିବାରୁ ଆହତ ହୋଇଥିଲେ। ତାଙ୍କୁ ସମ୍ବଲପୁରର ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ଦେହାନ୍ତ ହୋଇଛି। ଶାନ୍ତି ସ୍ୱରୂପ ମିଶ୍ର ଓଡ଼ିଆ ଚଳଚ୍ଚିତ୍ର ‘ମନ ଆକାଶ’, ‘କୃଷ୍ଣ ସୁଦାମା’ ଓ ବନ୍ଧୁ ମହାନ୍ତିରେ ଅଭିନୟ କରିଥିଲେ। ସେ ମଞ୍ଚ ନାଟକରେ ମଧ୍ୟ ଅଭିନୟ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |