22

ଭୁବନେଶ୍ବର ସାଲିଆ ସାହିରୁ ଦେଶୀ ମଦ ଜବତ

ଭୁବନେଶ୍ବର ୨୫।୧: ଭୁବନେଶ୍ବର ସାଲିଆ ସାହିରୁ ଦେଶୀ ମଦ ଜବତ ହୋଇଛି । ୫୦୦ ଲିଟରରୁ ଅଧିକ ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ଅଭିଯୋଗରେ ୯ ଜଣଙ୍କୁ ଗିରଫ କରାଯାଇଛି । ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ସ୍ଥିତ ସାଲିଆ ସାହିରେ ଦେଶୀ ମଦ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ଅଭିଯୋଗ ପାଇବା ପରେ ଭୁବନେଶ୍ବର ଓ କଟକ ଅବକାରୀ ବିଭାଗ ଓ ଅବକାରୀ ଫ୍ଲାଇଂ ସ୍କ୍ବାଡ୍ ମିଳିତ ଭାବେ ଚଢାଉ କରିଥିଲା । ଚଢାଉବେଳେ ୫୦୦ ଲିଟରରୁ ଅଧିକ ମଦ ଜବତ କରିଛି ଅବକାରୀ ବିଭାଗ । ଅଭିଯୋଗରେ ୯ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ୫ ଜଣ ମହିଳା ରହିଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣର ପୋଚ ମଧ୍ୟ ଜବତ କରାଯାଇଛି । ଏ ନେଇ ଅଧିକ ତଦନ୍ତ ଜାରି ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!