45

ଦିଲ୍ଲୀ ହିଂସାକାଣ୍ଡ: ୩୦୦ ପୁଲିସ ଆହତ

ନୂଆଦିଲ୍ଲୀ, ୨୭ା୧: କୃଷି ଆଇନକୁ ବିରୋଧ କରି ଗତକାଲି ସାଧାରଣତନ୍ତ୍ର ଦିବସରେ ଚାଷୀ ସଂଗଠନ ପକ୍ଷରୁ ଟ୍ରାକ୍ଟର ରାଲି କରାଯାଇଥିଲା । ତେବେ ଏହି ରାଲି ସମୟରେ ହିଂସାକାଣ୍ଡ ଘଟିଥିଲା । ତେବେ ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ ୨୨ଟି ମାମଲା ରୁଜୁ କରାଯାଇଥିବା ବେଳେ ଘଟଣାର ଯାଞ୍ଚ ପାଇଁ ଏସଆଇଟି ଗଠନ କରାଯିବ ବୋଲି ସୂଚନା ମିଳିଛି । ଜାନୁୟାରୀ ୨୬ରେ ଦିଲ୍ଲୀ ରାଜରାସ୍ତାରେ ହିଂସାକାଣ୍ଡ ଘଟଣାରେ ୨୦୦ ଜଣ ବିକ୍ଷୋଭକାରୀଙ୍କୁ ଅଟକ ରଖିଛି ଦିଲ୍ଲୀ ପୁଲିସ | ଏହି ଘଟଣାରେ ୩୦୦ ଜଣ ପୁଲିସ ଆହତ ହୋଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୨୨ଟି ମାମଲା ରୁଜୁ କରାଯାଇଛି | ଲାଲକିଲ୍ଲା, ନାଗଲୋଈ, ମୁକାରବା ଛକ ଓ ସେଣ୍ଟ୍ରାଲ ଦିଲ୍ଲୀରେ ଲାଗିଥିବା ସିସିଟିଭି ଫୁଟେଜକୁ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଓ କ୍ରାଇମବ୍ରାଞ୍ଚ ଅନୁଧ୍ୟାନ କରୁଛନ୍ତି | ଯେଉଁମାନେ ପୁଲିସ ଉପରେ ଆକ୍ରମଣ କରିଥିଲେ ଓ ସରକାରୀ ସମ୍ପତ୍ତି ନଷ୍ଟ କରିଥିଲେ ସେମାନଙ୍କୁ ବର୍ତ୍ତମାନ ପୁଲିସ ଖୋଜୁଥିବାବେଳେ ସେହି ସବୁ କୃଷକ ନେତାମାନଙ୍କୁ ଖୋଜାଯାଉଛି ଯେଉଁମାନେ ହିଂସାକାଣ୍ଡ ପାଇଁ ଉସୁକାଇଥିଲେ | ନିର୍ଦ୍ଧାରିତ ରୁଟ ଛାଡି ଅନ୍ୟ ରୁଟରେ ଯିବାକୁ ପ୍ରବର୍ତ୍ତାଇଥିବା କୃଷକ ନେତାଙ୍କୁ ଏବେ ଦିଲ୍ଲୀ ପୁଲିସ ଖୋଜୁଛି | ଆଉ ସିସିଟିଭି ଯାଞ୍ଚ ପରେ ବିକ୍ଷୋଭକାରୀଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି | ଆଜି ଅପରାହ୍ନରେ ଦିଲ୍ଲୀ ପୁଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ବିସ୍ତୃତ ତଥ୍ୟ ଦିଆଯିବ |

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!