ଵ୍ରହ୍ମପୁର,୨୭/୧(ମନୋଜ କୁମାର ପାତ୍ର):ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଳବ ଠାରେ ଥିବା ସଂକଳ୍ପ ସ୍କୁଲ ପରିସରରେ ଏକ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ଚେୟାରମ୍ୟାନ ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଶୁଭାରମ୍ଭ କରିଥିବା ବେଳେ ଜିଲ୍ଲା ଜୀବନ ବିନ୍ଦୁ ର ସଂଯୋଜକ ସୁବାଷ ଚନ୍ଦ୍ର ମହାରଣା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।ବ୍ଲକ ଅଧ୍ୟକ୍ଷ ସିଏଚ. ଉଷାରାଣି,ଉପାଧ୍ୟକ୍ଷ ଅଜିତ ଦାସ,ଜିଲ୍ଲା ପରିଷଦ ସଭ୍ୟ ମଞ୍ଜୁଶ୍ରୀ ଦଳେଇ, କମଳା ରେଡି,ପୂର୍ବତନଜିଲ୍ଲା ପରିଷଦ ସଭ୍ୟ ଦୀପକ ସାମନ୍ତ, ପ୍ରତାପ କୁଠିଆ,ବିନୋଦ ମହାଙ୍କଡ଼,ରାମହରି ମିଶ୍ର ,ପ୍ରଫ୍ଲଲ ମହାରଣା,ପ୍ରକାଶ ରଣାଙ୍କ ସମେତ ରଙ୍ଗେଇଲୁଣ୍ଡା ବ୍ଲକର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ମାନେ ଉପସ୍ଥିତ ରହି ରକ୍ତ ଦାତାଙ୍କୁ ଉତ୍ଚାହିତ କରିଥିଲେ।ଏଥିରେ ୧୫୦ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |