47

ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଭିରାମ ଜୈନ ଙ୍କ ବିୟୋଗରେ ଶୋକ

କାଶୀପୁର୨୭/୧(ରତ୍ନାକର ନାୟକ):ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ବରିଷ୍ଠ କଂଗ୍ରେସ ନେତା ତଥାପୂର୍ବତନବ୍ଲକ ଅଧ୍ୟକ୍ଷ ଅଭିରାମ ଜୈନ ଙ୍କ92ବୟସରେଆଜି ବିୟୋଗ ଘଟିଛି ।ତାଙ୍କ ବିୟୋଗ ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ଗତ କିଛିଦିନ ହେଲା ସେ ଅସୁସ୍ଥ ଥିଲେ ।ଆଜି ସକାଳେ ତାଙ୍କର ପରଲୋକ ପ୍ରାପ୍ତ ହୋଇଥିଲା ।ଶେଷ ସମୟରେ ଚାରିପୁଅ ବିଜୟ,ସଞ୍ଜିତ, କହ୍ନେଇ ,ଅନୀଲଏବଂ ପୁତ୍ର ବଧୂ ସହିତ ନାତି ନାତୁଣୀ ଉପସ୍ଥିତ ରହିଥିଲେ ।ହରି ଆଣା ପ୍ରଦେଶ ରେ ଜନ୍ମିତ ସ୍ବର୍ଗତ ଜୈନ ଦୀର୍ଘ ବର୍ଷ ହେଲାକାଶୀପୁର ରେସ୍ଥାୟୀ ଭାବେ ରହିବା ମଧ୍ୟରେ କଂଗ୍ରେସ ରାଜନୀତି ଦଳରେ ରହି ଲୋକଙ୍କ ସେବା କରି ଆସୁଥିଲେ ।1981ଠାରୁ ଛଅ ବର୍ଷ ଧରି କାଶୀପୁର ପଞ୍ଚାୟତ ସମିତି ର ବ୍ଲକ ଅଧ୍ୟକ୍ଷଏବଂ ପରେବ୍ଲକ କଂଗ୍ରେସ କମିଟିର ସଭାପତି ଦାୟୀତ୍ବ କୁ ସୂଚାରୁ ରୂପେ ତୁଲାଇ ଥିଲେ ।ସରଳ, ନିଷ୍କପଟ, ପରୋପକାରୀ ଵ୍ୟକ୍ତିତ୍ବରୁ ସେ ଅନେକଙ୍କ ପ୍ରିୟପାତ୍ର ଥିଲେ। ମୃତ୍ୟୁ ଖବର ପାଇ କଂଗ୍ରେସର ରାୟଗଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଆପଲ ସ୍ୱାମୀ କାଡ୍ରକା,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଚ୍ୟୁତ ପାତ୍ର,ନରେନ୍ଦ୍ର ନାଏକ, ଅଙ୍ଗଦ ନାଏକ,ପି ଦେବେନ୍ଦ୍ର ରାଓପ୍ରମୁଖ ଙ୍କ ସହିତବ୍ଲକର ବିଭିନ୍ନ ପଞ୍ଚାୟତ ର ଜନପ୍ରତିନିଧି ,କଂଗ୍ରସ କର୍ମୀ ସହିତସ୍ଥାନୀୟ ଅଞ୍ଚଳର ଶତାଧିକ ଜଣ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!