ନବରଙ୍ଗପୁର,୨୮/୧ (ମିହିର ଶଙ୍କର ପାତ୍ର):ଆଦିବାସୀ ଓ ଜନଜାତି ନିଜର ନିଆରା ଜୀବନ ଶୈଳୀ ପାଇଁ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଆଜିର ଆଧୁନିକ ଯୁଗରେ ମଧ୍ୟ ନିଜ ସଂସ୍କୃତି ଓ ପରମ୍ପରା କୁ ଜୀବିତ ରଖିଛନ୍ତି, ପୁରୁଣା ପରମ୍ପରା ଅନୁଯାୟୀ ନିଜ ପୂର୍ବ ପୁରୁଷମାନଙ୍କ ଦ୍ଵାରା ଦିଆଯାଇଥିବା ଶିକ୍ଷା କୁ ପାଳନ କରନ୍ତି।
ଏମିତି ଏକ ପରମ୍ପରା ହେଲା ପାଟମଣ୍ଡାଣି ଯାତ୍ରା ଗ୍ରାମରୁ ଦୃଷ୍ଟ ଶକ୍ତି କୁ ବାହାର କରି ଗ୍ରାମରେ ଶାନ୍ତି ମୈତ୍ରୀ ବଜାୟୀ ରଖିବାକୁ ଭିନ୍ନ ଏକ ପ୍ରୟାସ। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କାରାଗାଁ, ବାମନଦେଇଭଟା ଠାରେ ଅନୁଷ୍ଠିତ ହୋଇଯାଇଅଛି ପାଟମଣ୍ଡାନି ଯାତ୍ରା ଦୀର୍ଘ ଉଣେଇଶି ଦିନର ଉପାସନା ପରେ ଗ୍ରାମରୁ ଦୃଷ୍ଟ ଶକ୍ତି କୁ ବାହାର କରିବା ସହ ଏହି ଆଦିବାସୀ ପରମ୍ପରା ର ଯାତ୍ରା ଚଳିତ ବର୍ଷ ପାଇଁ ଶେଷ ହୋଇଛି ।
ଏହି ଅଞ୍ଚଳର ଆଦିବାସୀ ମାନଙ୍କ ପୂର୍ବ ପୁରୁଷମାନଙ୍କ ଠାରୁ ଏହି ପରମ୍ପରା ଚାଲି ଆସୁଛି । ପୋଡାଗଡ ର ଦେବାଦେବୀ ରଣବୀର, ଚାଉରିଆ, ଗାଦି ଚାଉରିଆ, ଗାଦିମା, ଦାନ୍ତେଶ୍ୱରି ଆଦି ପ୍ରମୁଖ ଦେବାଦେବୀ ଙ୍କୁ ଆହ୍ବାନ କରାଯାଇଛି ସମସ୍ତ ଙ୍କ ପୂଜା ପାଠ ଓ ପାଟମଣ୍ଡାଣି ପରେ ଯିଏ ଯାହାର ଆସ୍ଥାନ କୁ ଫେରିଯିବେ ଏହା ଆମ ସଂସ୍କୃତି ଓ ପରମ୍ପରା।ଏହି ଅଞ୍ଚଳରେ ବାର ବର୍ଷ ପରେ ହୋଇ ଥିଲା ପାଟମଣ୍ଡାଣି ଯାତ୍ରା ତିନି ବର୍ଷ ପାଳିଲା ପରେ ଚଳିତ ବର୍ଷ ଶେଷ ହେଲା ଏହି ପାଟମଣ୍ଡାନି ଯାତ୍ରା ଏହି ପୋଡ଼ାଗଡ ର ଇତିହାସ ଓ ପରମ୍ପରା କହିଲେ ଚଳେ।କେଉଁ ଆଦିମ କାଳରୁ ଏହିଠାରେ ଥିବା ଦେବାଦେବୀ ଙ୍କୁ ପୂଜା କରାଯାଏ ଏହି ପରମ୍ପରିକ ରୀତିନୀତିରେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |