55

‘ହରିଶଙ୍କର ଓ ନୃସିଂହନାଥକୁ ଇକୋ-ଟୁରିଜମ୍‌ରେ ପରିଣତ କରାଯିବ’

ବରଗଡ଼,୩/୨: ବଲାଙ୍ଗୀର ଜିଲ୍ଲା ଗନ୍ଧମାର୍ଦ୍ଧନ ପାଦଦେଶରେ ଥିବା    ହରିଶଙ୍କର ଓ ବରଗଡ଼ ନୃସିଂହନାଥକୁ ଇକୋ-ଟୁରିଜମ୍‌ରେ ପରିଣତ କରିବା ପାଇଁ ଏକପ୍ରକାର ପ୍ରକ୍ରିୟା ଆରମ୍ଭ ହୋଇଛି। ବୁଧବାର ଏହି ପୀଠକୁ ରାଜ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ. ପାଣ୍ଡିଆନ, ପୂର୍ବ ମୁଖ୍ୟ ଶାସନ ସଚିବ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭିନିଲ କ୍ରିଷ୍ଣନଙ୍କ ଗସ୍ତରୁ ଏହା ସ୍ପଷ୍ଟ ଜଣାପଡ଼ୁଛି। ସେହିପରି ହରିଶଙ୍କର ପର୍ଯ୍ୟଟକଙ୍କ ପାଇଁ ଚୁମ୍ବକ ପାଲଟିବ ବୋଲି ଏହି ଅବସରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଜୋର୍‌ଦେଇ କହିବା ପରେ ଅବହେଳିତ ହୋଇ ପଡ଼ିରହିଥିବା ଏହି ପୀଠର ବିକାଶର ଆଶା ଉଜ୍ବଳ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ସଚିବ ଏବଂ 5T ସଚିବ ନୃସିଂହନାଥ ମନ୍ଦିରର ବିକାଶ ପାଇଁ ଅନୁଧ୍ୟାନ କରିବା ଲାଗି ସେମାନେ ନୃସିଂହନାଥ ଆସିଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି। ଏହା ସହିତ ଖୁବଶୀଘ୍ର ରୋପୱେ ପାଇଁ ଚୂଡାନ୍ତ ପଦକ୍ଷେପ ନିଆଯିବା ସହ ପାଇକମାଲ ନୃସିଂହନାଥ ରାସ୍ତାର ପ୍ରଶସ୍ତୀକରଣ, ନୃସିଂହନାଥଠାରେ ଏକ ବିରାଟ ପିକନିକ୍ ସ୍ପଟର ନିର୍ମାଣ, ସୁନ୍ଦର ଶିଶୁ ଉଦ୍ୟାନ, ଏକ ହଜାର ଲୋକଙ୍କର ରାତ୍ର ରହଣୀ ପାଇଁ ଏକ ସୁନ୍ଦର ଧର୍ମଶାଳା ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ମନ୍ଦିର ପରିସରରେ ଚାଲୁଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ରୂପରେଖ ଉପରେ ସୂଚନା ଦେଇଥିଲେ। ଏଠାରେ ଉଲ୍ଲେଖନୀୟ ଯେ, ପାଇକମାଲ ନାଗରିକ କମିଟି ସଭ୍ୟମାନେ ମୁଖ୍ୟ ସଚିବ, 5T ସଚିବ ଓ ବିକାଶ ପରିଷଦର ଅଧ୍ୟକ୍ଷଙ୍କ ସହିତ ପାଇକମାଲ ଓ ନୃସିଂହନାଥର ବିକାଶ ପାଇଁ ଆଲୋଚନା ମଧ୍ୟ କରିଥିଲେ। ଆଜି ଏହି ଗସ୍ତ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, ବରିଷ୍ଠ ସଚିବ ଆର. ଭିନିଲ କ୍ରିଷ୍ଣା, ପଦ୍ମପୁର ଉପଜିଲାପାଳ ତନ୍ମୟ କୁମାର ଦରୱାନଙ୍କ ସମେତ ବରଗଡ ଜିଲାର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ପଦ୍ମପୁର ପୁଲିସ ପକ୍ଷରୁ ଏୟାରଷ୍ଟ୍ରିପରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!