363

ସହିଦ୍ ପ୍ରଭାତ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ- କୋଇଲିପୁର ଚାମ୍ପିୟନ

ରାଜକନିକା,୩/୨: ଅନନ୍ତପୁରର ମା’ ମଙ୍ଗଳା ୟୁଥ୍ କ୍ଲବ ଆନୁକୂଲ୍ୟରେ ଆୟୋଜିତ ସହିଦ୍ ପ୍ରଭାତ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ଖେଳରେ କୋଇଲିପୁର ୩ ୱିକେଟରେ ଜାଗୁଳାଇପଡ଼ାକୁ ହରାଇ ଚାମ୍ପିୟନ ହୋଇଛି । ପ୍ରଥମେ ଟସ୍ ଜିଣି ଜାଗୁଳାଇପଡ଼ା ଟିମ୍ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୭୯ ରନ ସଂଗ୍ରହ କରିଥିଲା । ଜବାବରେ କୋଇଲିପୁର ଟିମ୍ ୧୯.୩ ଓଭରରେ ୭ ୱିକେଟ ହରାଇ ବିଜୟଲକ୍ଷ୍ୟ ହାସଲ କରିଥିଲା । କ୍ରୀଡ଼ା ଶିକ୍ଷକ ପ୍ରଫୁଲ୍ଲ ରାଉତଙ୍କ ସଂଯୋଜନାରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ କ୍ରୀଡ଼ାବିତ୍ କୃଷ୍ଣ ଚନ୍ଦ୍ର ପଣ୍ଡା ଯୋଗଦେଇ ଚାମ୍ପିୟନ କୋଇଲିପୁର ଟିମ୍‌କୁ ଟ୍ରଫି ସହ ୭ ହଜାର ଟଙ୍କା ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଫକୀର ମୋହନ ନାୟକ ଯୋଗଦେଇ ଉପବିଜେତା ଜାଗୁଳାଇପଡ଼ା ଟିମକୁ ରନର୍ସଅପ୍ ଟ୍ରଫି ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଜେପିର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିନ୍ଦୁ ସାଗର ଦାସ, ସହିଦ୍ ପ୍ରଭାତ ବେହେରାଙ୍କ ମାତା ବାସନ୍ତୀ ବେହେରା, ସିଆରସିସି ସଞ୍ଜୟ ବିଶ୍ୱାଳ, ୨୯ ନମ୍ବର ଜୋନ୍ ବିଜେପି ନେତା ନିହାର ରଞ୍ଜନ ନାୟକ, ସମିତିସଭ୍ୟ ରାଧାଶ୍ୟାମ ରାଉତ ଏବଂ ୱାଡ଼ ସଭ୍ୟ ସୋମନାଥ ରାଉତ ପ୍ରମୁଖ ଯୋଗଦେଇ ମ୍ୟାଚର ମ୍ୟାନ ଅଫ୍ ଦି ମ୍ୟାଚ ବିଜ୍ଞାନ କୁମାର ଓ ମ୍ୟାନ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଭାବେ ବିପ୍ଳବ କୁମାରଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଆଜିର ମ୍ୟାଚକୁ ଦେବେନ୍ଦ୍ର ପ୍ରଧାନ, ବିକ୍ରମ ନାୟକ ପରିଚାଳନା କରିଥିଲେ । ସ୍କୋରର ଭାବେ ଅନ୍ତର୍ଯ୍ୟାମୀ ପ୍ରଧାନ, ଭାଷ୍ୟକାର ଭାବେ ଗ୍ରାମ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ଦାସ ଏବଂ ଆଇନ୍‌ଜୀବୀ ନୀଳାମ୍ବର ପ୍ରଧାନ ଥିବା ବେଳେ ମା’ମଙ୍ଗଳା ୟୁଥ୍ କ୍ଲବର ସମସ୍ତ ସଭ୍ୟମାନେ ଖେଳ ପରିଚାଳନା କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!