148

ମୁନିଗୁଡାରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ସମ୍ଭନ୍ଧୀୟ ତାଲିମ ଶିବିର

ମୁନିଗୁଡା,୬/୨(ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ଜିଟିଓ ସ୍କୁଲ ପରିସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଶିକ୍ଷା ବିଭାଗ, ଓଡିଶା ମିଳିତ ଆନୁକୂଲ୍ୟରେ ଓ ମୁନିଗୁଡା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ସହାୟତାରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ସମ୍ଭଦ୍ଧିୟ ପାଞ୍ଚ ଦିନିଆ ତାଲିମ ଶିବିର ଉଦଯାପିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥିଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ସଞ୍ଜୟ କୁମାର, ଗୋଷ୍ଟୀ ଶିକ୍ଷା ଅଧିକାରୀ ଭି. ଭାସ୍କର ରାଓ, ପିଏଚଇଓ ସଂଯୁକ୍ତା ଗମାଙ୍ଗ ପ୍ରମୁଖ ଯୋଗଦେଇ ଏହି ତାଲିମ ଶିବିରର ମୁଖ୍ୟ ଉଦେଶ୍ୟ ସମ୍ପର୍କରେ ବୁଝାଇବା ସହ ଏହାର ଉପକାରିତ ଆଗାମୀ ଦିନରେ କିପରୀ ପ୍ରୟୋଗ କରିବେ ସେନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ l ଉକ୍ତ ତାଲିମ ଶିବିରରେ 30 ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ତାଲିମ ନେଇଥିବା ବେଳେ ଆସନ୍ତା 8 ତାରିଖରେ ପୁଣି ଦ୍ଵିତୀୟ ପର୍ଯ୍ୟାୟରେ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ତାଲିମ ନେବେ ବୋଲି ମୁନିଗୁଡା ସ୍ୱାସ୍ଥ୍ୟ ବିଭାଗ ବିପିଏମ ତପନ କୁମାର ପଣ୍ଡା ସୂଚନା ଦେଇଛନ୍ତି l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!