326

ରାଜ୍ୟସ୍ତରୀୟ ଓଳାଭର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟି୨୦  ଉଦ୍‌ଘାଟିତ

ରାଜକନିକା, ୬/୨: ଓଳାଭର କାଳିପଡିଆଠାରେ ଓଳାଭର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଉଦ୍‌ଘାଟିତ ହୋଇଯାଇଛି । ଓଳାଭର ଟାଉନ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏହି ଖେଳକୁ ଆଳିର ପ୍ରାକ୍ତନ ବିଧାୟକ ଦେବେନ୍ଦ୍ର ଶର୍ମା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଓଳାଭର ମହାବିଦ୍ୟାଳୟର ଅଧ୍ୟକ୍ଷା ନିରୁପମା ବଳ,ଅଧ୍ୟାପକ ହଳଧର ବେହେରା ଯୋଗଦେଇଥିଲେ । ବହୂରୂପା କ୍ରିକେଟ କ୍ଲବ ସହିତ ଆଳି ଆଥଲେଟିକ୍ସର ପ୍ରାରମ୍ଭିକ ଖେଳରେ ପ୍ରଥମେ ଟସ୍ ଜିତି ଆଳି ଆଥଲେଟିକ୍ସ ଫିଲିଙ୍ଗ୍ ଚୟନ ପରିପ୍ରେକ୍ଷୀରେ ବହୁରୂପା ନିର୍ଦ୍ଧାରିତ ୧୬ ଓଭର ଖେଳରେ ମାତ୍ର ପାଞ୍ଚ ଉଇକେଟ ହରାଇ ୧୪୪ ରନ୍ ସଂଗ୍ରହ ର ଜବାଵରେ ଆଳି ଆଥଲେଟିକ୍ସ ଆଠ ଉଇକେଟ ହରାଇ ୧୧୧ ରନ୍ କରି ୩୨ରନ୍ ର ପଛରେ ରହିଯାଇ ପରାଜୟ ବରଣ କରିଥିଲା ।ମ୍ୟାନ ଅଫ ଦି ମ୍ୟାଚରେ ବହୁରୂପାର ସଞ୍ଜିବ୍ ସାହୁ ବିଵେଚିତ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନସ ସାହୁ,ଅଞ୍ଜନ ପୃଷ୍ଠି,ରାଖାଲ ଦେ,ସୈମ୍ୟ ନାଥ,ଗୁରୁଗୋବିନ୍ଦ ସାହୁ ଉପସ୍ଥିତ ରହି ଖେଳ ପରିଚାଳନା ରେ ସହଯୋଗ କରିଥିଲେ । ଆସନ୍ତା କାଲି କଳିଙ୍ଗ କପ୍ ଭୂବନେଶ୍ବର ସହିତ ବଳଦେବଜୀଉ କ୍ରିକେଟ କ୍ଲବ ସାଲେପୁର ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି ସାଧାରଣ ସମ୍ପାଦକ ରାଖାଲ ଦେ ସୂଚନା ଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!