77

ସଂଯୁକ୍ତ କିଷାନ ମୋର୍ଚ୍ଚା ସମର୍ଥନ ରେ ରାସ୍ତା ଅବରୋଧ

ମାଲକାନଗିରି,୬/୨( ଶ୍ରୀନିବାସ ପଣ୍ଡା);ମାଲକାନଗିରି ଜିଲ୍ଲା ମାଥିଲି ଠାରେ ଆଜି ସିପିଆଇ ଏବଂ ଉତ୍କଳ ରାଜ୍ୟ କୃଷକ ସଭା ତରଫରୁ କୃଷକ ଆନ୍ଦୋଳନକୁ ସମର୍ଥନ କରି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଦୁଇ ଦଳ କୃଷକ ଆନ୍ଦୋଳନରେ ସାମିଲ ହୋଇଥିବା ସୂଚନା ଦେଇଥିଲେ। କୃଷକ ସଭାପତି ଗୁରୁ ଦୋରାଙ୍କ ପ୍ରତ୍ୟକ୍ଷ ନେତୃତ୍ବରେ ଆଜି ଏଠାରେ ଆନ୍ଦୋଳନ କରାଯାଇଥିଲା। ରାସ୍ତା ଅବରୋଧ ରହିଥିବା ଯୋଗୁଁ ଦୀର୍ଘ ସମୟ ଧରି ଯାନବାହାନ ଚଳାଚଳ ବନ୍ଦ ରହିଥିଲା। କୃଷକ ଆଇନକୁ ତୁରନ୍ତ କେନ୍ଦ୍ର ସରକାର ହଟାନ୍ତୁ ବୋଲି ଦାବି କରାଯାଇଥିଲା। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ବିକ୍ଷୋଭରେ ସିପିଆଇର ଜିଲ୍ଲା ସଂପାଦିକ ହଳଧର ପୂଜାରୀ, ମହିଳା ନେତ୍ରୀ ବିଷ୍ଣୁପ୍ରିୟା ରାଜଗୁରୁ, ଦୟମଣି ଗଲୋରୀ, ହରି ଓଡିଆ, ଦିଲୀପ କୁମାର ସାମଲ, ରାମ ମାଡକାମୀ, ନନ୍ଦ ବଡନାୟକ ପ୍ରମୁଖ ଯୋଗ ଦେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!