372

ଆଦିବାସୀଙ୍କ କାନ୍ଦୁଲ ପର୍ବ

ମୁନିଗୁଡା,୭/୨ (ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ଆଦିବାସୀଙ୍କ ନିଆରା କାନ୍ଦୁଲ ପର୍ବ ପାଳିତ ହୋଇଯାଇଛି l ଏହି ଅବସରରେ ପାଇକସାହିସ୍ଥିତ ରାଜୀବପଡା ଠାରେ ସାହି ବାସିନ୍ଦା ମାନେ ଏକ ଅସ୍ଥାୟୀ ମଣ୍ଡପ କରି ସେଠାରେ ଗ୍ରାମାଦେବୀ ବା ନିଜ ଇଷ୍ଠଦେବୀଙ୍କୁ ପୁଜାର୍ଚ୍ଚନା କରିଥାନ୍ତି l ଏଥିସହ ଅମଳ କରିଥିବା କାନ୍ଦୁଲ ସହ ଅନ୍ୟ ମଳ ସାମଗ୍ରୀ ଗୁଡିକୁ ପୂଜାର୍ଚ୍ଚନା କରି ଗ୍ରାମାଦେବୀଙ୍କ ପାଖରେ ଅର୍ପଣ କରିଥାନ୍ତି ଏବଂ ନୂଆ ଖାଇ ପର୍ବ ବା କାନ୍ଦୁଲ ପର୍ବ ପାଳନ କରିଥାନ୍ତି l ଏହି ପର୍ବ ପାଳନ କରିବା ପରେ ସମସ୍ତେ ନିଜ ପରିବାର ସଦସ୍ୟଙ୍କୁ ଓ ସାହିର ବୈଯୋଷ୍ଠ ଲୋକଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରି ପରସ୍ପରଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି l ଏହି ପର୍ବ ପାଳନ ଦ୍ୱାରା ପରିବାରରେ ଶାନ୍ତି,ସୁଖ ଓ ସମୃଦ୍ଧି ଲାଗି ରହିବା ସହ ଭଲ ଫସଲ ଅମଳ ହେବ ବୋଲି ଏକ ଆଶା ଓ ବିଶ୍ୱାସ ରହିଛି l ପରେ ସାହିର ଯୁବକ ମାନେ ବିଭିନ୍ନ ବେଶ ଧାରଣ କରି ମୁନିଗୁଡାର ବିଭିନ୍ନ ସାହି ଓ ବସ୍ତିକୁ ଯାଇ ସେଠାରେ ପରମ୍ପରା ବାଦ୍ୟ ବଜାଇ ସାହି ପରିକ୍ରମା କରି ନାଚଗୀତ କରି ଖୁସି ବ୍ୟକ୍ତ କରିଥାନ୍ତି ଏବଂ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି l ଶେଷରେ ସାହିରେ ସମସ୍ତେ ରାତି ତମାମ ପରମ୍ପରା ନାଚଗୀତା କରି ମଜା ମସ୍ତି କରି ଏହି କାନ୍ଦୁଲ ପର୍ବକୁ ପାଳନ କରନ୍ତି l ଉକ୍ତ କାର୍ଯ୍ୟକ୍ରମକୁ ସାହିର ସମସ୍ତେ ଏକତ୍ରିତ ହୋଇ ପରିଚାଳନା ଓ ସହଯୋଗ କରିଥିଲେ l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!