ରାଜକନିକା,୭/୨: ରାଜକନିକା ବ୍ଲକ୍ ଅନ୍ତର୍ଗତ ଦୋସଉତୁଣି ଗ୍ରାମର ବାବା ମହାପୁରୁଷ କ୍ରିକେଟ୍ କ୍ଲବ୍ ଆନୁକୁଲ୍ୟରେ ଆୟୋଜିତ ଜିତେନ୍ଦ୍ର ଜ୍ଞାନେନ୍ଦ୍ର ସ୍ମାରକୀ କ୍ରିକେଟ୍ ଫାଇନାଲ ଖେଳରେ ମା’ ମଙ୍ଗଳା କ୍ରିକେଟ କ୍ଲବ୍ ଗୁଆଳସାହି ୪ ଉଇକେଟ୍ରେ ଜଗାବଳିଆ କ୍ରିକେଟ୍ କ୍ଲବ୍ ଜାଗୁଳାଇପଡ଼ାକୁ ହରାଇ ଚଳିତ ବର୍ଷ ଚମ୍ପିୟନ ହୋଇଛି । ପ୍ରଥମେ ଟସ୍ ଜିଣି ଜାଗୁଳାଇପଡ଼ା ବ୍ୟାଟିଂ କରିଥିଲା । ୧୭ ଓଭର ଖେଳ ଖେଳି ସମସ୍ତ ଉଇକେଟ ବିନିମୟରେ ୧୦୨ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଗୁଆଳସାହି ଦଳ ୧୬.୪ ଓଭରରେ ୬ ଉଇକେଟ ହରାଇ ବିଜୟୀ ହୋଇଥିଲା । ସଙ୍ଗଠକ କୈଳାସ ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଗୁରୁଜୀ ଗ୍ରୁପ୍ ଅଫ୍ କମ୍ପାନୀ ଏମ୍ଡ଼ି ମିନାକ୍ଷୀ ଗୁରୁ ମୁଖ୍ୟଅତିଥିଭାବେ ଯୋଗଦେଇ ଯୁବକମାନେ ସମାଜର ସେବା ମନୋଭାବ ରଖି ଗାଁର ଉନ୍ନତି ସହିତ ଅସହାୟକୁ ସହାୟତା ଯୋଗାଇବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଏସ୍ଆଇଏସ୍, ମୁମ୍ବାଇ ଫାଇନାନ୍ସ ଡ଼ାଇରେକ୍ଟର ନିବେଦିତା ଗୁରୁ, ସମ୍ମାନିତ ଅତିଥି ଭାବେ ଗୁରୁଜୀ ଗୃଫ୍ ଅଫ୍ କମ୍ପାନୀ ସିଏମ୍ଡ଼ି ତଥା ବିଶିଷ୍ଟ ସମାଜସେବୀ ଡ଼କ୍ଟର ହୟଗ୍ରୀବ ଗୁରୁ, କେମିକାଲ ଇଂଜିନିୟର ଲୋକେଶ ମେହେଟା, ମ୍ୟାନେଜର ଏଚ୍ଡ଼ିଏଫ୍ସି ବ୍ୟାଙ୍କ, ମୁ୍ମ୍ବାଇର ମ୍ୟାନେଜର ସାତ୍ୱିକ ମୂର୍ତ୍ତି, ରାଜେଶ ସ୍ୱାଇଁ, କୋରନ୍ଦ ସରପଂଚ ବିସ୍ମୟ ଧଳ, ସମିତି ସଭ୍ୟ ବସୁଦେବ ରାଉତ, ଶିକ୍ଷାବିତ୍ ବିଦ୍ୟାଧର ବେହେରା, ସାମାଜିକ କର୍ମୀ ବାସୁଦେବ ମହାନ୍ତି, ରଙ୍ଗାଧର ନାୟକ, ଗୋପୀନାଥ ରାଉତ ଏବଂ ଶ୍ୱେତାମ୍ବର ସୂତାର ପ୍ରମୁଖ ଯୋଗଦେଇ କ୍ରୀଡ଼ା ସହିତ ସାମାଜିକ କାର୍ଯ୍ୟକ୍ରମରେ ଯୁବକମାନେ ସାମିଲ ହେବା ପାଇଁ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଜୟୀ ଚାମ୍ପିୟନ ଦଳକୁ ୧୨ ହଜାର ଟଙ୍କା ସହିତ ଟ୍ରଫି, ଉପବିଜେତା ଦଳ ଜାଗୁଳାଇପଡ଼ା ଦଳକୁ ୧୦ ହଜାର ଟଙ୍କା ସହିତ ଟ୍ରଫି, ମ୍ୟାନ୍ ଅଫ୍ ଦି ମ୍ୟାଚ୍ ନିଶ୍ଚିନ୍ତ ତରାଇ ଏବଂ ମ୍ୟାନ୍ ଅଫ୍ ଦି ସିରିଜ୍ ରାଜେନ୍ଦ୍ର ପ୍ରଧାନଙ୍କୁ ଗୁରୁ ବ୍ରଦର୍ସ ତରଫରୁ ଆର୍ଥିକ ପୁରସ୍କାର ସହିତ ଟ୍ରଫି ଅତିଥିମାନେ ପ୍ରଦାନ କରିଥିଲେ । ଉତ୍ସବ ଆରମ୍ଭରେ ଦୁଇ କ୍ରୀଡ଼ାବିତ ୍ଜିତେନ୍ଦ୍ର ଜ୍ଞାନେନ୍ଦ୍ରଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଖେଳକୁ ମାନସ ବିଶ୍ୱାଳ ଏବଂ ଆଲୋକ ବେହେରା ପରିଚାଳନା କରିଥଲେ । ଦେବ ରଞ୍ଜନବେହେରା ଏବଂ ସଚ୍ଚିନ ରାଉତ ସ୍ପୋରର ରହିଥିବା ବେଳେ ଗଣେଶ୍ୱର ନାୟକ ଭାଷ୍ୟକାର ଭାବେ କାର୍ଯ୍ୟତୁଲାଇଥିଲେ । ସୁଜାତ ନାୟକ ଧନ୍ୟବାଦ ଦେଇଥିବା ବେଳେ ମହାପୁରୁଷ କ୍ରିକେଟ୍ କ୍ଲବ୍ର ସଦସ୍ୟମାନେ ଉତ୍ସବ ପରିଚାଳନା କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |