48

ଓଳାଭର କପ୍ କ୍ରିକେଟ: ଜଗତସିଂହପୁର କୁ ହରାଇ ଆଳି ବିଜୟୀ

ରାଜକନିକା,୮/୨: ରାଜ୍ୟସ୍ତରୀୟ ଓଳାଭର କପ୍ କ୍ରିକେଟ ଟି୨୦ ଯାହାକି ଓଳାଭର ଟାଉନ କ୍ଲବ ଆନୁକୂଲ୍ୟରେ କାଳିପଡିଆରେ ଚାଲୁଛି । ଆଜି ଥିଲା ଜଗସିଂହପୁର ବିଜେସିସି ଓ ଆଳି ର ମା ଖରାଖାଇ କ୍ରିକେଟ କ୍ଲବ ମଧ୍ୟ ରେ । ନିର୍ଦ୍ଧାରିତ କୋଡିଏ ଓଭରରେ ଜଗସିଂହପୁର ତାର ମୂଲ୍ୟବାନ ଆଠ ଉଇକେଟ ହରାଇ ୧୫୮ ରନ୍ ସଂଗ୍ରହ ଜବାବରେ ଆଳି ରକ୍ଷଣାତ୍ମକ ଖେଳ ଖେଳି ମାତ୍ର ଦୁଇ ଉଇକେଟ ବିନିମୟରେ ୧୫୯ ରନ୍ କରି  ବିଜୟ ଲାଭ କରିଛି । ମ୍ୟାନ ଅଫ ଦି ମ୍ୟାଚ ଭାବେ ସତ୍ୟରଞ୍ଜନ ବିଶ୍ବାଳ ବିବେଚିତ ହେଲା ବେଳେ ଖେଳକୁ ପରିଚାଳନା କରୁଥିଲେ ଉମାକାନ୍ତ ସେଠୀ ଓ ଦିବସ ବେହେରା ।ସ୍କୋରର ଦାୟିତ୍ଵ ବହନ କରୁଥିଲେ ଚନ୍ଦନ ନାଥ,ମାନସ ବାରିକ ।ଆଜି ଖେଳର ଅତିଥିଭାବେ   ଓଳାଭର ସରପଞ୍ଚ ସ୍ମିତିକା ପରିଡା, ବଳରାମପୁର ସରପଞ୍ଚ ସୁବଳ ସାହୁ ଓ ଓଳାଭର ଯୁବକ ସଂଘ ସମ୍ପାଦକ ଶ୍ରୀନିବାସ ଓଝା ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁବ୍ରତ ସାହୁ,ସୋନୁ ବେହେରା,ପ୍ରକାଶ ବାଈ,ଚନ୍ଦନ ନାଥ,ସଞ୍ଜୟ ପୃଷ୍ଟି,ପ୍ରଦିପ ପଲାଇ,ଅଞ୍ଜନ ପୃଷ୍ଟି ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରୁଥିଲେ । ଆସନ୍ତା କାଲି ଶେଷ ଲିଗ୍ ମ୍ୟାଚ ଘରୋଇ ଓଳାଭର ଆଥଲେଟିକ୍ସ ସହିତ ସିଟି ସ୍ପୋଟିଙ୍ଗ୍ ଚାନ୍ଦବାଲି ଖେଳିବ ବୋଲି ସମ୍ପାଦକ ରାଖାଲ ଦେ ସୂଚନା ପ୍ରଦାନ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!