49

ହରିଦ୍ୱାରରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ ଶିଳ୍ପା ସେଟ୍ଟୀ

ମୁମ୍ବାଇ ୦୯/୦୨ : ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସୋସିଆଲ ମିଡିଆରେ ବେଶ ସକ୍ରିୟ ରହିଥାନ୍ତି । ସେ ସବୁବେଳେ ଫ୍ୟାନ୍ସ ମାନଙ୍କ ସହିତ ଫଟୋ ଏବଂ ଭିଡିଓ ସେୟାର କରିଥାନ୍ତି । ନିକଟରେ ଅଭିନେତ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରୁଥିବାର ଏକ ଭିଡିଓ ସେୟାର କରିଛନ୍ତି । ଯାହା ବେଶ ଭାଇରାଲ ହେବାର ଲାଗିଛି ।ଭିଡିଓରେ ଶିଳ୍ପା ପଣ୍ଡିତ ମାନଙ୍କ ସହିତ ଛିଡା ହୋଇ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରୁଥିବା ନଜରକୁ ଆସିଛନ୍ତି । ଏହି ସମୟରେ ସେ ହ୍ୱାଇଟ୍ ସୁଟ୍ ପିନ୍ଧିଛନ୍ତି । ଶିଳ୍ପା ହାତଯୋଡି ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରୁଛନ୍ତି । ନିକଟରେ ଉତରାଖଣ୍ଡରେ ଗ୍ଲେସିୟର ବିସ୍ଫୋରଣରେ ହଇଚଇ ସୃଷ୍ଟି ହୋଇଛି । ଭିଡିଓ ସେୟାର କରି ଶିଳ୍ପା କହିଛନ୍ତି – ଏହି ମନ୍ତ୍ର ପ୍ରଳୟ ଦୂର କରିଥାଏ ଏବଂ ଅସମୟ ମୃତ୍ୟୁରୁ ବଞ୍ଚାଇଥାଏ । ଏହା ଡର ଦୂର କରିଥାଏ ଏବଂ ଏଥିରେ ଅନେକ ଶକ୍ତି ରହିଥାଏ । ହରିଦ୍ୱାରରେ ଏହି ମନ୍ତ୍ର ଜପ କରିବା ଏକ ନିରନ୍ତର ଅନୁଭୂତି ଥିଲା । ଏହି ଭିଡିଓ କରୋନାର ଅନେକ ଦିନ ପୂର୍ବର । ଏହି ମନ୍ତ୍ର ସବୁବେଳେ ସାହାଯ୍ୟ କରି ଆସିଛି । ଯଦି କୌଣସି ପ୍ରକାର ସମସ୍ୟା ଥାଏ ତେବେ ଏହି ମନ୍ତ୍ରକୁ ୧୧ଥର ଜପିବା ଦ୍ୱାରା ଚମତ୍କାର ହୋଇଥାଏ ବୋଲି ଶିଳ୍ପା ତାଙ୍କର ଫ୍ୟାନ ମାନଙ୍କୁ ଉପଦେଶ ଦେଇଛନ୍ତି । ଫ୍ୟାନ୍ସ ଏହି ଭିଡିଓକୁ ଖୁବ ପ୍ରଶଂସା କରୁଛନ୍ତି ।କାମ କଥା ଯଦି କୁହାଯାଏ, ତେବେ ଶିଳ୍ପା ଖୁବ୍ ଶୀଘ୍ର ପରଦାକୁ ଫେରୁଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!