55

ରାମ୍‌ ତେରୀ ଗଙ୍ଗା ମେଲୀର ରାଜୀବ ଆଉ ନାହାଁନ୍ତି

ମୁ୍ମ୍ବାଇ ୦୯।୦୨: ବଲିଉଡ୍‌ ଜଗତ ପାଇଁ ଆଏ ଏକ ଦୁଃଖଦ ଖବର ।  ଅଭିନେତା ରାଜୀବ କପୁରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୫୮ବର୍ଷ ବୟସ ହୋଇଥିଲା । ଚେମ୍ବୁର ସ୍ଥିତ ବାସଭବନରେ ରାଜୀବଙ୍କ ପରଲୋକ ହୋଇଯାଇଛି । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ମଙ୍ଗଳବାର ଦିନ ସକାଳ ସମୟରେ ରାଜୀବ କପୁର ହୃଦଘାତର ଶିକାର ହୋଇଥିଲେ । ଯାହା ପରେ ତାଙ୍କୁ ତୁରନ୍ତ ନିକଟଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ରିଷି କପୁରଙ୍କ ପତ୍ନୀ ନୀତୁ କପୁର ନିଜର ସୋସିଆଲ୍‌ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମ ଜରିଆରେ ରାଜୀବଙ୍କ ମୃତ୍ୟୁର ଖବର ଦେଇଛନ୍ତି ।

ରାଜୀବ କପୁର  ବଲିଉଡରେ ଅଭିନେତା, ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି । ଶମୀ କପୁର ଏବଂ ଶଶି କପୁର ରାଜୀବ କପୁରଙ୍କ ସଂପର୍କୀୟ ଥିଲା । ୧୯୮୩ରେ ଫିଲ୍ମ ‘ଏକ ଜାନ୍‌ ’ରୁ  ଅଭିନୟ ଜଗତରେ ପାଦ ଥାପିଥିଲେ । ଏହା ପରେ ୧୯୮୫ରେ ଫିଲ୍ମ ରାମ୍‌ ତେରୀ ଗଙ୍ଗା ମେଲୀର ରାଜୀବ ଲିଡ୍‌ ରୋଲରେ ନଜର ଆସିଥିଲା । ଯାହାକି ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଏହି ଫିଲ୍ମ ରାଜୀବଙ୍କ କ୍ୟାରିୟରେ ଏକ ପ୍ଲସ୍‌ ପଏଣ୍ଟ ଭାବେ ଗଣଯାଏ । ଏହାପରେ ଫିଲ୍ମ ଆସମାନ, ଲବର ବୟ, ଜବରଦସ୍ତ ଏବଂ ହମ ଚଲେ ପରଦେଶରେ ତାଙ୍କ ଭୂମିକା ଖୁବ୍‌ ଚର୍ଚ୍ଚାକୁ ଆସିଥିଲା ।

ରାଜୀବଙ୍କ ମୃତ୍ୟୁ ନେଇ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ଅନେକ ଅଭିନେତା, ଲେଖକ, ନିର୍ଦ୍ଦେଶକ, ଅଭିନେତ୍ରୀ ଆଦି ନିଜ ନିଜର ଶୋକ ଜାହିର କରିଛନ୍ତି । ସମସ୍ତ ସୋସିଆଲ୍‌ ମିଡିଆ ଜରିଆରେ ନିଜ ନିଜର ଭାବନା ଜଣାଇଛନ୍ତି ।

ଏହାପୂର୍ବରୁ ଗତ ବର୍ଷ ରିଷି କପୁରଙ୍କ ମଧ୍ୟ ମୃତ୍ୟୁ ହୋଇଯାଇଛି । କ୍ୟାନ୍‌ସର ରୋଗରେ ପୀଡିତ ହୋଇ ରିଷି କପୁରଙ୍କ ଦେହାନ୍ତ ହୋଇଛି । ପରିବାରରୁ ଗୋଟିଏ ଦୁଃଖ ସରିନଥିବା ବେଳେ ଆଉ ଏକ ଦୁଃଖର କଳା ବାଦଲ ମାଡିଆସିଛି । କପୁର  ବଂଶ ପାଇଁ ଏହା ଏକ  କଠିନ ସମୟ । ରିଷି କପୁର ଓ ରଣଧୀର କପୁରଙ୍କ ଭାଇ ରାଜୀବ କପୁର । ପରିବାରରେ ସବୁଠୁ ସାନ ଥିଲେ ରାଜୀବ କପୁର ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!