Odian News
123

ଘର କରିବାକୁ ମୂଳଦୂଆ ଖୋଳୁ ଖୋଳୁ ବାହାରିଲା….

ନୟାଗଡ ୧୨/୦୨: ଘର କରିବାକୁ ମୂଳଦୂଆ ଖୋଳୁ ଖୋଳୁ ବାହାରିଲା କଉଡ଼ି । ଏବେ ସୁଦ୍ଧା ୧୨ ଝୁଡି ବାହାରିଥିବା ଅନୁମାନ କରାଯାଉଛି । ମାଟି ଭିତରେ ଆହୁରି ୧୦ ରୁ ୧୨ ଝୁଡି ରହିଛି ବୋଲି ସୂଚନା ମିଳିଛି । ଘଟଣାଟି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ତାଳକଣି ପଞ୍ଚାୟତ ନଛିପୁର ଗାଁର ନାରାୟଣ ସାହୁଙ୍କ ଘରେ ଦେଖିବାକୁ ମିଳିଛି । ନାରାୟଣ ନିଜର ପୁରୁଣା ଘରକୁ ଭାଙ୍ଗି ନୂଆ ଘର କରିବା ପାଇଁ ଆଜି ମୂଳଦୁଆ ଖୋଳୁ ଥିଲେ । ମାଟିତଳେ ଏକ ବିରାଟ ମାଟିର ଘୁମ ପୋତା ଯାଇଥିବା ଦେଖିବାକୁ ମିଳିଥିଲା । ମାଟି ଖୋଳିବାବେଳେ ଘୁମଟି ହାଣି ହୋଇ ଯାଇଥିଲା ତା ଭିତରେ କଉଡ଼ି ଥିବା ଦେଖିବାକୁ ମିଳିଥିଲା ।  ତେବେ ସେହି ଘୁମ ଭିତର ଏବେ ୧୨ ଝୁଡି କଉଡ଼ି ବାହାରିଥିବା ବେଳେ ଆଉ ପ୍ରାୟ ୧୦ ଝୁଡି କଉଡ଼ି ରହିଥିବା ଅନୁମାନ କରାଯାଉଛି । କୌଣସି ଅଘଟଣ ଘଟିବ ଭାବି ଅଧାରେ କଉଡ଼ି କାଡିବା କାମକୁ ବନ୍ଦ କରି ଦିଆଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!