17

ଡାକ୍ତରଖାନାରେ ଆଶାରାମ ବାପୁ

ନୂଆଦିଲ୍ଲୀ ,୧୭।୦୨: ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଆତ୍ମଘୋଷିତ ସନ୍ଥ ଆଶାରାମ ବାପୁ। ମଙ୍ଗଳବାର ଛାତିରେ ଯନ୍ତ୍ରଣା, ଅସ୍ଥିରତା, ଆଣ୍ଠୁ ଧରିବା ଏବଂ ଅନ୍ୟାନ୍ୟ ଶାରୀରିକ ଅସୁସ୍ଥତା କଥା ଦର୍ଶାଇବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ଆଶାରାମ୍‌ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଏହାପରେ ତାଙ୍କୁ ପ୍ରଥମେ ପ୍ରାଥମିକ ଉପଚାର କରାଯାଇଥିଲା । ପରେ ତାଙ୍କୁ ଯୋଧପୁର ସ୍ଥିତ ମହାତ୍ମା ଗାନ୍ଧି ମେଡିକାଲରେ ଭର୍ତ୍ତି କରାଯାଇଛି । ଆଶାରାମଙ୍କ ଅନେକ ପ୍ରକାର ସ୍ୱାସ୍ଥ୍ୟଜନିତ ସମସ୍ୟ ରହିଛି । ଯେପରି ତାଙ୍କ ଆଣ୍ଠୁରେ ବ୍ୟଥା ରହିଛି । ରକ୍ତ ଚାପ ରହିଛି ।  ମେଡିକାଲରେ ଭର୍ତ୍ତି ପରେ ଆଶାରାମଙ୍କର ଅନେକ ପ୍ରକାର ଟେଷ୍ଟ କରାଯାଇଥିବାର ସୂଚନା ମଧ୍ୟ ରହିଛି । ସୂଚନାଯୋଗ୍ୟ ଯେ, ୨୦୧୩ରେ ଆଶାରାମଙ୍କ ନାଁରେ ନାବାଳିକାଙ୍କୁ ଯୌନ ଶୋଷଣର ଅଭିଯୋଗ ଆସିଥିଲା । ଏହାପରେ ତାଙ୍କୁ ଆଶାରାମ ବାପୁଙ୍କୁ ମଧ୍ୟପ୍ରଦେଶର ଇନ୍ଦୋରରୁ ଗିରଫ କରାଯାଇଛି । ଆଶାରାମଙ୍କ ଉପରେ ପୋସ୍କୋ, ଜୁଭେନାଇଲ୍‌ ଜଷ୍ଟିସ୍‌ ଆକ୍ଟ, ଦୁଷ୍କର୍ମ, ଅପରାଧୀକ ଷଡଯନ୍ତ୍ର ପରି ଅନେକ ମାମଲାକୁ ନେଇ କେସ୍‌ ରୁଜୁ କରାଯାଇଛି । ଏହାପରେ ୨୦୧୪ରେ ସୁପ୍ରିମକୋର୍ଟ ଆଶାରାମ୍‌ଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲା । ୨୦୧୮ରେ ଯୋଧପୁର ସ୍ୱତନ୍ତ୍ର କୋର୍ଟ ଆଶାରାମଙ୍କୁ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ପାଇଥିଲେ । କୋର୍ଟ ଆଶାରାମଙ୍କୁ ପୋକସୋ ଆଇନ୍‌ ମୁତାବିକ ଆଜୀବନ କାରାବାସ ଓ ୧ଲକ୍ଷ ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରଠାରୁ ସେ ଯୋଧପୁର ଜେଲ୍‌ରେ ଆଜୀବନ ଦଣ୍ଡ ଭୋଗୁଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!