19

ସୋପିଆନରେ ଏନକାଉଣ୍ଟର,୩ ଆତଙ୍କବାଦୀଙ୍କ ମୃତ୍ୟୁ

ଶ୍ରୀନଗର , ୧୯।୦୨: ଜାମ୍ମୁ ଓ କାଶ୍ମୀର ସୋପିଆନରେ ଶୁକ୍ରବାର ସୁରକ୍ଷାକର୍ମୀ-ଆତଙ୍କୀ ମୁହାମୁହିଁ ହୋଇଛନ୍ତି।  ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଜମ୍ମୁ କାଶ୍ମୀରର ଜଣେ  ସ୍ୱତନ୍ତ୍ର ପୋଲିସ ଅଫିସର (SPO) ସହିଦ ହୋଇଛନ୍ତି। ଅନ୍ୟ ଜଣେ ଯବାନ ଗୁରୁତର ଅଛନ୍ତି। ପୋଲିସ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ,  ସୋପିଆନ ଜଲ୍ଲାର ବଡଗାମ୍‌ରେ ସ୍ଥାନୀୟ ପୋଲିସ ଏବଂ ସୁରକ୍ଷା କର୍ମୀଙ୍କ ମିଳିତ ଅପରେଶନ ଆରମ୍ଭ ହୋଇଥିଲା। ସୁରକ୍ଷା କର୍ମୀଙ୍କ ଗୁଳିରେ  ତିନି ଜଣ ଆତଙ୍କୀ ନିପାତ ହୋଇଛନ୍ତି। ସେମାନେ ଲସ୍କର ଏ ତୋଇବାର ବୋଲି ଜଣାପଡ଼ିଛି ।   ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । କାଶ୍ମୀର ଜୋନ ଆଇଜିପି (Inspector General of Police) ବିଜୟ କୁମାର ସୂଚନା ଦେଇ କହିଛନ୍ତି, ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି।  ସହିଦ SPO ଜଣକ ହେଉଛନ୍ତି ମହମ୍ମଦ ଏତତାଫ ଏବଂ ଗୁରୁତର ଯବାନଙ୍କ ନାଁ କ୍ୟାପ୍‌ଟେନ ମନ୍‌ଜୁର ଅହମ୍ମଦ ବୋଲି କାଶ୍ମୀର ଜୋନ ପୋଲିସ ସୂତ୍ରରୁ ଜଣାଯାଇଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!