36

୨୬ରେ ବ୍ୟବସାୟୀ ମହାସଙ୍ଘ ପକ୍ଷରୁ ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ,୧୯/୦୨: ୨୬ରେ ବ୍ୟବସାୟୀ ମହାସଙ୍ଘ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଜିଏସ୍‌ଟିର ବିଭିନ୍ନ ବ୍ୟବସ୍ଥା ଏବଂ ଟିକସ ଅଧିକାରୀଙ୍କ ଏକଚାଟିଆ ମନୋଭାବ ବଢିଚାଲିଛି । ଏହାକୁ ବିରୋଧ କରିଛି ସର୍ବ ଭାରତୀୟ ବ୍ୟବସାୟୀ ମହାସଙ୍ଘ  ବା ସିଆଇଟି। ଏପରିକି  ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ଡ଼ାକରା ଦେଇଛି ସିଏଆଇଟି । ବନ୍ଦକୁ ସଫଳ କରିବା ପାଇଁ ୪୦,୦୦୦ରୁ ଉର୍ଦ୍ଧ୍ୱ ବ୍ୟବସାୟିକ ସଂସ୍ଥା ଆନ୍ଦୋଳନରେ ଅଂଶଗ୍ରହଣ କରିବେ । ଏନେ ସିଏଆଇଟି ପକ୍ଷରୁ ସୂଚନା ଦିଆଯାଇଛି । ସଂଘ କହିଛି ଯେ, ବନ୍ଦକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସମଗ୍ର ଦେଶରେ ଥିବା ସିଏଆଇଟି ପ୍ରତିନିଧିମାନେ ବନ୍ଦକୁ ସଫଳ କରିବା ପାଇଁ ସୂଚୀ ପ୍ରସ୍ତୁତ କରୁଛନ୍ତି । ସିଏଆଇଟି ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ, ଏହାକୁ ସଫଳ କରିବା ପାଇଁ ଟିକସ ପେସାଦାରମାନଙ୍କ ଜାତୀୟ ଏବଂ ରାଜ୍ୟସ୍ତରୀୟ ସଂଗଠନ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ଟିକସ ଉପଦେଷ୍ଟା, କମ୍ପାନି ସେକ୍ରେଟାରି, କ୍ଷୁଦ୍ର ଉଦ୍ୟୋଗ, ପେଟ୍ରୋଲ ପମ୍ପ, ପ୍ରତ୍ୟକ୍ଷ ବିକ୍ରି କମ୍ପାନି, ମହିଳା ସଂଗଠନ,ଖାଉଟି, ହକର, ଚଳଚ୍ଚିତ୍ର ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ମୋବାଇଲ ଶିଳ୍ପ ଏବଂ ବିଭିନ୍ନ ସେବା ପ୍ରଦାନ କାରୀମାନଙ୍କ ନିକଟରେ ଆମେ ପହଞ୍ଚିବୁ । ବନ୍ଦ ଯୋଗୁ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିବ । ଅନ୍‌ଲାଇନ୍‌ ବିକ୍ରେତା ଏବଂ ଅର୍ଥନୀତି ସହ ଜଡ଼ିତ ଜାତୀୟ ଏବଂ ରାଜ୍ୟସ୍ତରୀୟ ସଂଗଠନଗୁଡ଼ିକୁ ବନ୍ଦରେ ସାମିଲ ହେବା ପାଇଁ ଆହ୍ୱାନ ଦିଆଯାଇଥିବା ପ୍ରବୀଣ କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!