32

୭ ମାସର ଯାତ୍ରା ପରେ ମଙ୍ଗଳ ଗ୍ରହରେ ଅବତରଣ କରି ଫଟୋ ପଠାଇଲା ନାସାର ରୋଭର୍‌ ‘ପର୍ସୁଭିୟରନ୍‌ସ୍‌’

ନୂଆଦିଲ୍ଲୀ,୧୯/୦୨: ନାସାର ମଙ୍ଗଳ ଅଭିଯାନ ସଫଳ । ଯୁକ୍ତରାଷ୍ଟ୍ର ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ୫ମ ରୋଭର ମଙ୍ଗଳ ପୃଷ୍ଠରେ ପହଁଚିଛି । ୭ ମାସର ଯାତ୍ରା ପରେ ରାତି ୩ଟା ୫୫ରେ ପର୍ସିଭରେନ୍ସ ରୋଭର ମଙ୍ଗଳରେ ସଫଳତାର ସହ ଅବତରଣ କରିଛି । ଏହି ରୋଭର ମଙ୍ଗଳ ଗ୍ରହର ସବୁଠୁ ବିପଦଜନକ ସ୍ଥାନରେ ଅବତରଣ କରିଛି । ଏହି ସ୍ଥାନରେ ଏକ ସମୟରେ ପାଣି ଥିଲା ବୋଲି ବିଶ୍ୱାସ କରାଯାଏ । ପୂର୍ବରୁ ନାସା ପକ୍ଷରୁ ମଙ୍ଗଳ ପୃଷ୍ଠରେ ୪ଟି ରୋଭର ଅବତରଣ କରାଯାଇଥିଲା । ଏହି ୫ମ ରୋଭର ମାଧ୍ୟମରେ ମଙ୍ଗଳ ପୃଷ୍ଠରେ ପାଣି ଓ ଜୀବନର ସଠିକ ସନ୍ଧାନ କରାଯାଇ ପାରିବ ବୋଲି ନାସା ପକ୍ଷରୁ କୁହାଯାଇଛି । ଏହି ରୋଭର ମାଟି ତଳେ ପାଣିର ସନ୍ଧାନ ଓ ଜୀବନ ସନ୍ଧାନ ଏବଂ ତତ୍ ସମ୍ବନ୍ଧିତ ଅନୁସନ୍ଧାନ କରିବ । ଏହି ରୋଭର ମଙ୍ଗଳରେ ୧୦ ବର୍ଷ କାମ କରିପାରିବ । ଏହି ରୋଭରର ୧୦ ଫୁଟ ବିଶିଷ୍ଟ ରୋବୋଟିକ ବାହୁ, ୨୩ ଟି କ୍ୟାମେରା ରହିଛି । ଅବତରଣକାଳୀନ ପ୍ରଥମ ଫଟୋ ପ୍ରେରଣ କରି ‘ପର୍ସୁଭିୟରନ୍‌ସ୍‌’ ରୋଭର୍‌ ଲେଖିଛି, ହେ ପୃଥିବୀ। ଚିରନ୍ତନ ବାସସ୍ଥାନରେ ମୋର ପ୍ରଥମ ଦୃଶ୍ୟ। ଉତ୍‌କ୍ଷେପିତ ହେବାର ପ୍ରାୟ ୭ ମାସ ପରେ ମଙ୍ଗଳ ଗ୍ରହରେ ଅବତରଣ କରିଥିବା ‘ପର୍ସୁଭିୟରନ୍‌ସ୍‌’ ରୋଭର୍‌ ହେଉଛି ‘ନାସା’ର ପଞ୍ଚମ ରୋଭର୍‌। ଜୁଲାଇ ୩୦ ତାରିଖ ଦିନ ଏହା ଫ୍ଲୋରିଡାର କେପ୍‌ କାନାଭେରାଲ୍‌ରୁ ଉତ୍‌କ୍ଷେପଣ କରାଯାଇଥିଲା। ପ୍ରାୟ ୪୭୦ ନିୟୁତ କିଲୋମିଟର୍‌ ଅତିକ୍ରମ କରିବା ପରେ ଏହା ଆଜି ମଙ୍ଗଳପୃଷ୍ଠରେ ଓହ୍ଲାଇଛି। ପୂର୍ବରୁ ମଙ୍ଗଳ ଗ୍ରହରେ ଅବତରଣ କରିଥିବା ଅନ୍ୟ ରୋଭର୍‌ଗୁଡ଼ିକ ହେଲା ଯମଜ ରୋଭର୍‌ ‘ସୋଜନର୍‌’, ‘ସ୍ପିରିଟ୍‌’ ‘ଅପର୍ଚ୍ୟୁନିଟି’ ଏବଂ ‘କ୍ୟୁରିଓସିଟି’। କଠିନ ଅବତରଣରେ ସଫଳ ହୋଇଥିବା ‘ପର୍ସୁଭିୟରନ୍‌ସ୍‌’ ଏହି ଐତିହାସିକ ଅଭିଯାନରେ ଆଗାମୀ ବର୍ଷମାନଙ୍କରେ ମଙ୍ଗଳ ଗ୍ରହରେ ଆଦିମ ଅଣୁଜୀବର ସଙ୍କେତ ତଲାସ କରିବା ସହ ପୃଥିବୀକୁ କିଛି ନମୁନା ନେଇ ଫେରିବ।

Powered by Streamlyn

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!