43

“କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ କାମ କରିବା ଆବଶ୍ୟକ”-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ,୨୦/୦୨: ଆଜି ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ନୀତି ଆୟୋଗର ପରିଚାଳନା ପରିଷଦ୍‌ର ଷଷ୍ଠ ବୈଠକରେ ଅଧ୍ୟକ୍ଷତା କରି କେନ୍ଦ୍ରୀୟ ବଜେଟ୍‌କୁ ପ୍ରଶଂସା କରିବା ସହ ଦେଶ ଦ୍ରୁତ ପ୍ରଗତି ଚାହେଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଅଭିବୃଦ୍ଧି ହରାଇବାକୁ ଦେଶ ଚାହୁଁନାହିଁ। ସମସ୍ତଙ୍କ ଠାରୁ ବଜେଟ୍‌ ଉପରେ ମିଳୁଥିବା ସକାରାତ୍ମକ ପ୍ରତିକ୍ରିୟା ଦେଶବାସୀଙ୍କ ମନୋଭାବକୁ ଦର୍ଶାଉଛି ବୋଲି ସେ କହିଛନ୍ତି।  ଏଥିରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରଶାସିତ ପ୍ରଦେଶର ଉପ ରାଜ୍ୟପାଳଙ୍କ ସହ ଅନେକ ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶ ସ୍ୱାଧିନତାର ୭୫ ବର୍ଷ ପାଳନ କରିବାକୁ ଯାଉଛି । ଏହି ଦୃଷ୍ଟିରୁ ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ୍ ବୈଠକ ଅତି ଗୁରୁତ୍ୱପୂର୍ଣ୍ଣ । ମହାମାରୀ ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଦେଶକୁ ସଫଳ କରିବା ପାଇଁ ମିଳିତ ଭାବେ କାମ କରିଛନ୍ତି । ବିକାଶ ହିଁ ମୁଖ୍ୟ ଫୋକସ୍ ହେବା ଦରକାର । ୨୦୧୪ରୁ ସହର ଓ ଗ୍ରାମାଞ୍ଚଳରେ ୨.୪ କୋଟିରୁ ଅଧିକ ଘର ତିଆରି ହୋଇଛି । ନୂଆ ମଡେଲରେ ମଜବୁତ ଘର ତିଆରି ହେବ । ଘରୋଇ କ୍ଷେତ୍ର ଦେଶର ବିକାଶରେ ଉତ୍ସାହର ସହ ଆଗକୁ ବଢୁଛନ୍ତି । ଏହା ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହିତ କରିବ । ନରେନ୍ଦ୍ର ମୋଦୀ ଆହୁରି କହିଛନ୍ତି ଯେ, ଭାରତରେ କୃଷି କ୍ଷେତ୍ର ଉପରେ ଜୋର୍ ଦେବାକୁ ପଡିବ । ଏହି କ୍ଷେତ୍ରରେ ଦେଶ ପାଖରେ ଅଧିକ କ୍ଷମତା ରହିଛି । କୃଷି ଉତ୍ପାଦର କ୍ଷତି କମ୍ କରିବା ଆବଶ୍ୟକ । କୃଷି ପ୍ରଧାନ ଦେଶ ସତ୍ତ୍ୱେ ୬୫୦୦୦-୭୦ ହଜାର କୋଟିର ଖାଇବା ତେଲ ଆମଦାନୀ କରିବାକୁ ହେଉଛି । ଏହାକୁ ବନ୍ଦ କରାଯାଇ ପାରିବ । କୃଷକଙ୍କୁ ଲାଭ ମିଳିବା ଦରକାର । ସେମାନଙ୍କୁ ଅଳ୍ପ ଗାଇଡ୍ କରିବାକୁ ହେବ । ବଜେଟ ପରେ ସକରାତ୍ମକ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏହା ଦେଶର ମୁଡ୍ ଅଟେ । ଦେଶର ମନକୁ ଗଢିବା ପାଇଁ ଯୁବକଙ୍କ ଅବଦାନ ରହିଛି । କେନ୍ଦ୍ର ସରକାର ବିଭିନ୍ନ ସେକ୍ଟର ପାଇଁ ପିଏଲଆଇ ସ୍କିମ୍ ଆରମ୍ଭ କରିଛନ୍ତି । ଏହାଦ୍ୱାରା ନିବେଶ ବଢିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!