ବ୍ରହ୍ମପୁର,୨୧/୨(ମନୋଜ କୁମାର ପାତ୍ର):ଗଞ୍ଜାମ କଳାକାର ଙ୍କ ଦ୍ବାରା ପ୍ରଥମ ଥର ପାଇଁ ଏକ ସୁନ୍ଦର ମ୍ୟୁଜିକ ଭିଡିଓ “ତୋତେ ନେଇଯିବି ଅମରାବତୀ” ମ୍ୟୁଜିକ ଭିଡିଓ ର ଟ୍ରେଲର ରିଲିଜ ହୋଇଯାଇଛି।ମ୍ୟୁଜିକ ଲଭରସ ଏଣ୍ଟରଟେନମେଣ୍ଟ ଦ୍ବାରା ପ୍ରସ୍ତୁତ ଉକ୍ତ ଆଲବମ୍ ର ପ୍ରଯୋଜକ ମ୍ୟୁଜିକ ଲଭର ଥିବା ବେଳେ ଏଥିରେ ରାଜ୍ ଓ ମାମା ଅଭିନୟ କରିଛନ୍ତି। ଜୟନ୍ତ କୁମାର କଣ୍ଠ ଦାନ କରିଛନ୍ତି। ମନୋଜ ମହାରଣା ଗୀତ ରଚନା କରିଥିବା ବେଳେ ସୁଶାନ୍ତ କୁମାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏଥି ରେ ରାଜ୍ ନୃତ୍ୟ ନିଦ୍ଦେର୍ଶନା ଦେଇଥିବା ବେଳେ ଚିଣ୍ଟୁ ଓ ପିଣ୍ଟୁ ସଙ୍ଗୀତ ସଂଯୋଜନା କରିଛନ୍ତି। ଏହି ମ୍ୟୁଜିକ ଭିଡିଓ କୁ ପ୍ରଶାନ୍ତ ପାତ୍ର ନିର୍ଦ୍ଦେଶନା ଦେଇଥିବା ବେଳେ ଏଡିଟିଂ କରିଛନ୍ତି କୃଷ୍ଣ ଚନ୍ଦ୍ର ନାହାକ। ଏହି ରୋମାଣ୍ଟିକ ମ୍ୟୁଜିକ ଭିଡିଓ ବେଶ୍ ଲୋକପ୍ରିୟ ହେବ ବୋଲି ଜଣାପଡିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |