144

କରୋନା ମହାମାରୀ ପାଇଁ ସଚେତନତା ବାର୍ତା

ମୁନିଗୁଡା,୨୨/୨(ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ଉପଜିଲ୍ଲାପାଳ ତଥା ଉପଖଣ୍ଡ ଦଣ୍ଡାଧିଶ, ରାୟଗଡଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ -19 ମହାମାରୀ ପୁନର୍ବାର ବ୍ୟାପୁଥିବାର ସମ୍ଭବନାକୁ ଦୃଷ୍ଟିରେ ରଖି ସମସ୍ତ ଜନସାଧାରଣ ମାନଙ୍କୁ ସଚେତନତା କରିବା ପାଇଁ ବ୍ଲକ ପ୍ରଶାସନ ତରଫରୁ ଡାକ ବାଜି ଯନ୍ତ୍ର ମାଧ୍ୟମରେ ମୁନିଗୁଡାର ବଜାର, ସହର ଓ ବିଭିନ୍ନ ସାହି ବସ୍ତିରେ ବୁଲି ବୁଲି ସତର୍କ ବାର୍ତା ଓ ସଚେତନତା କରାଯାଇଛି ଏହି ସଚେତନତା ବାର୍ତାରେ ନିଜ, ନିଜ ଘରୁ ବାହାରିବl ପୂର୍ବରୁ ମାସ୍କ ବ୍ୟବହାର କରିବେ, ତତ ସହିତ ସମସ୍ତ ଜନଗହଳି ପୂର୍ଣ୍ଣ ସ୍ଥାନ, ଆର୍ଥିକ ଅନୁଷ୍ଠାନ, ବ୍ୟାଙ୍କ, ସଫିଂମୋଲ, ସମସ୍ତ ଦୋକାନ ବଜାର, ବାହାଘର ଓ ବ୍ରତଘର ଆଦି ସ୍ଥାନ ମାନଙ୍କରେ ସମ୍ପୂର୍ଣ ସାମାଜିକ ଦୂରତା ପାଳନ କରିବେ ଏବଂ ସାନିଟାଈଜର ବ୍ୟବହାର କରି ନିଜକୁ ସୁରକ୍ଷିତ ରଖିବାକୁ ଆନୁରୋଧ କରାଯାଇଥିବା ବେଳେ ଯଦି କୌଣସି ବ୍ୟକ୍ତି ଏହାର ଅବମାନନା କଲେ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ଜଣାଇଦିଆଯାଉଅଛି ବୋଲି ସଚେତନତା କରାଯାଉଛି l ଏହି ଡାକ ବାଜି ଯନ୍ତ୍ରର ସନ୍ଦେଶ ବା ସଚେତନତା ବେଳେ ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନିର୍ଦେଶ କ୍ରମେ ମୁନିଗୁଡା ଥାନା ଅଧିକାରୀ ସୁଜ୍ଞାନୀ ସାହୁଙ୍କ ନେତୃତ୍ୱରେ କନଷ୍ଟେବଳ ନିରଞ୍ଜନ ଦାସ,ଖଗେଶ୍ୱର ଦେହୁରୀ, ହୋମଗାର୍ଡ ପ୍ଲାଟୁନ କମାଣ୍ଡେଣ୍ଟ ସନ୍ତୋଷ କୁମାର ପାଢ଼ୀ ପ୍ରମୁଖଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!