38

ବସ୍‌ଷ୍ଟାଣ୍ଡରେ ମାଓ ବ୍ୟାନର

ମୁନିଗୁଡା ୨୩।୨:  ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଥାନାର ହନୁମନ୍ତପୁର ବସଷ୍ଟାଣ୍ଡ ନିକଟରେ ମାଓ ବ୍ୟାନର ଲଗାଯାଇଥିବା ଦେଖିବାକୁ ମିଳିଛି । ଏହି ବ୍ୟାନରରେ ଚନ୍ଦ୍ରପୁର, ହନୁମନ୍ତପୁର ଓ ଜାର୍ପାର କିଛି ଲୋକ ପୋଲିସ ଇନଫର୍ମର ସାଜି ପୋଲିସକୁ ଖବର ଦେଉଛନ୍ତି, ସେମାନେ ୨୫.୨.୨୦୨୧ ରେ ସରେଣ୍ଡର କରିବାକୁ ଆହ୍ବାନ ଦିଆଯାଇଛି । ନଚେତ୍ ସେମାନଙ୍କୁ ପ୍ରଜାକୋର୍ଟରେ ହାଜର କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ବ୍ୟାନରଟିକୁ ସିପିଆଇ ମାଓବାଦୀ ବଂଶଧାରା ଘୁମୁସର ନାଗାବଳୀ ଡିଭିଜିନାଲ କମିଟି ତରଫରୁ ଲଗାଯାଇଥିବା  ଉଲ୍ଲେଖ ରହିଛି । ଦୀର୍ଘ ବର୍ଷ ପରେ ବ୍ୟାନର ଲଗାଯାଇଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ଥିବାବେଳେ CRPF ଯବାନମାନେ ପହଞ୍ଚି ବ୍ୟାନରକୁ କାଢିନେଇଥିବା ଜଣାପଡିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!