78

କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ

ବଦୋଦରା,୨୩/୦୨:  ଗୁଜୁରାଟର ଭରୁଚ ଜିଲ୍ଲାରେ ମଙ୍ଗଳବାର ଏକ ଫ୍ୟାକ୍ଟ୍ରିରେ ବଡ ଧରଣର ଅଘଟଣ ଘଟିଛି । ଝାଗାଡିଆ ସ୍ଥିତ କେମିକାଲ କମ୍ପାନୀରେ ୟୁପିଏଲ-୫ ପ୍ଲାଣ୍ଟରେ ବିସ୍ଫୋରଣ ଘଟିବା ସହ ନିଆଁ ଲାଗିଯାଇଛି । ଏହି ବିସ୍ଫୋରଣରେ ୨୪ ଜଣ ଆହତ ହୋଇଛନ୍ତି । ସୋମବାର ବିଳମ୍ବିତ ରାତ୍ରରେ ଏହି ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ଦମକଳ ବାହିନୀ ପହଁଚି ନିଆକୁ ଆୟତ କରିବାକୁ ପ୍ରୟାସ କରୁଛନ୍ତି । କମ୍ପାନୀର ସିଏମ ନାମକ ଏକ ପ୍ଲାଣ୍ଟରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଏତେ ମାତ୍ରାରେ ଭୟଙ୍କର ଥିଲା ଯେ ୧୫ କିମି ଯାଏଁ ଏହାର ଶବ୍ଦ ଶୁଣିବାକୁ ମିଳିଥିଲା । ନିକଟସ୍ଥ ଗ୍ରାମରେ ଭୂମିକମ୍ପ ଭଳି ଝଟକା ଅନୁଭୂତ ହୋଇଥିଲା । ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ । ୟୁପିଏଲ କମ୍ପାନୀରେ ବିସ୍ଫୋରଣ ହେବା ପରେ ୨୪ ଜଣ କର୍ମଚାରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଭରୁଚ ଓ ବଦୋଦରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବିସ୍ଫୋରଣର କାରଣ ଏବେସୁଦ୍ଧା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଦମକଳ ବାହିନୀ ନିଆଁକୁ ଆୟତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!