38

ଆଜିଠୁ ଜେଇଇ ମେନ୍‍

ଭୁବନେଶ୍ୱର ,୨୩।୨: ବି.ଇ, ବି.ଟେକ୍‍, ବି.ଆର୍କ ଏବଂ ବି.ପ୍ଳାନ୍‍ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‍ର ଫେବୃଆରୀ ସେସନ୍‍ ଆଜିଠାରୁ ଅନୁଷ୍ଠିତ ହେବ ଓ ୨୬ରେ ସରିବ। ପରୀକ୍ଷା ଦେବା ପାଇଁ ସାରା ଦେଶରୁ ୨୧,୭୫ ଲକ୍ଷ ବିଦ୍ୟାର୍ଥୀ ପଞ୍ଜୀକରଣ କରିଛନ୍ତି। ୩୩୧ କେନ୍ଦ୍ରରେ କମ୍ପ୍ୟୁଟର ବେସ୍‍ ଟେଷ୍ଟ୍‍(ସିବିଟି) ପଦ୍ଧତିରେ ପରୀକ୍ଷା ହେବ। ଓଡ଼ିଶାରେ ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର, ଢେଙ୍କାନାଳ, ଅନୁଗୋଳ, ବାରିପଦା, ଜୟପୁର, ଯାଜପୁର, ବାଲେଶ୍ୱର, ରାଉରକେଲା, ଭଦ୍ରକ, କେନ୍ଦ୍ରାପଡ଼ା, କେନ୍ଦୁଝର, ପୁରୀ, ଜଗତସିଂହପୁର ଏବଂ ଭବାନୀପାଟଣାରେ ଅନ୍‍ଲାଇନ୍‍ ପରୀକ୍ଷା କେନ୍ଦ୍ର ହୋଇଛି। ପ୍ରଥମ ସିଟିଂ ସକାଳ ୯.୩୦ରୁ ମଧ୍ୟାହ୍ନ ୧୨.୩୦ ଓ ଦ୍ୱିତୀୟ ସିଟିଂ ଅପରାହ୍ଣ ୨.୩୦ରୁ ୫.୩୦ଟା ପର୍ଯ୍ୟନ୍ତ ଚାଲିବ। ଛାତ୍ରଛାତ୍ରୀ ହିନ୍ଦୀ ଓ ଇଂରାଜୀ ସହ ଆଞ୍ଚଳିକ ଭାଷାରେ ପରୀକ୍ଷା ଦେଇପାରିବେ। ଓଡ଼ିଆ ଭାଷାରେ ୪୭୧ ଜଣ ପରୀକ୍ଷା ଦେବାକୁ ସ୍ଥିର କରିଥିବା ଜଣାପଡ଼ିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!