45

ମା ମାଟିଆ ମଙ୍ଗଳା ମନ୍ଦିରର ଦଶମ ପ୍ରତିଷ୍ଠା ଉତ୍ସବ

ରାଜନଗର,୨୩ା୨; ରାଜନଗର ବ୍ଲକର ଅନ୍ୟତମ ପ୍ରସିଦ୍ଧ ଦେବୀପୀଠ ମା ମାଟିଆ ମଙ୍ଗଳା ନୂତନ ମନ୍ଦିରର ଦଶମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏନେଇ ମାଙ୍କ ମନ୍ଦିର ପ୍ରାଙ୍ଗଣରେ ଚଣ୍ଡୀପାଠ ଓ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । କନିକା ରାଜା ଶିବେନ୍ଦ୍ରନରାୟଣ ଭଞ୍ଜଦେଓ ଏବଂ ରାଣୀ ମୃଣାଳିନୀ ଦେବୀ ଆହୂତୀ ପ୍ରଦାନ କରିଥିଲେ । ଉଭୟେ ମନ୍ଦିର ଚତୁଃପାଶ୍ୱର୍ ପରିକ୍ରମା କରିବା ସହ ମାଙ୍କୁ ସ୍ୱତନ୍ତ୍ର ଭାବେ ପୂଜା କରିଥିଲେ । ପ୍ର।।ରମ୍ଭରେ ପଣ୍ଡିତ ଜନକୃଷ୍ଣ ରଥ ଓ ଗୋପୀନାଥ ତ୍ରିପାଠୀ ଚଣ୍ଡୀପାଠ ସହ ହୋମଯଜ୍ଞ କରିଥିଲେ । ମା ମାଟିଆ ମଙ୍ଗଳା ଉନ୍ନୟନ କମିଟ୍‌ର ସଭାପତି ବାସୁଦେବ ମିଶ୍ର ଓ ତାଙ୍କ ପତ୍ନୀ ସୁକାନ୍ତୀ ମିଶ୍ର କର୍ତା ହୋଇ ପୂଜା କାର୍ଯ୍ୟରେ ସାମିଲ ହୋଇଥିଲେ । ମାଙ୍କ ପୂଜକ ହରେକୃଷ୍ଣ ରାଉଳ, କେଶବ ରାଉଳ, ଗଦାଧର ରାଉଳ, ଜନକର ରାଉଳ ପ୍ରମୁଖ ରାଜା ରାଣୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ତାଳଚୁଆ ସାମୁଦ୍ରିକ ଥାନାଧିକାରୀ ଶ୍ରୀକାନ୍ତକୁମାର ବାରିକ, ରାଜନଗର ଥାନାଧିକାରୀ ତପନକୁମାର ନାୟକ, ବରିଷ୍ଠ ସାମ୍ବାଦିକ ଶୁଭ୍ରାଶୁ ଭୂଷଣ ସୂତାର ଓ ଜଗନ୍ନାଥ ଦାସ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ରମେଶ ରାଉତ, ଅଚ୍ୟୁତାନନନ୍ଦ ରାଉତ, ଅଜାମ୍ବର ଦାସ, ଚନ୍ଦ୍ରଚନ୍ଦନ ମିଶ୍ର, ଶ୍ରୀଧର ପ୍ରସାଦ ରାଉତ, ବିରଂଚି ନାୟକ, ହରେକୃଷ୍ଣ ରାଉତ, ଗଦାଧର ରାଉତ, ବିଚିତ୍ର ବିଶ୍ୱାଳ, ଅନନ୍ତ ରାଉତ, ସନ୍ୟାସୀ ରାଉଳ, ସୁଶ୍ରୀକାନ୍ତ ପରିଡା, ମହେଶ୍ୱର ମହାନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!