ବ୍ରହ୍ମପୁର-୨୩/୨(ମନୋଜ କୁମାର ପାତ୍ର):ଭାରତୀୟ ଜନତା ପାର୍ଟି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୁତି ପଟ୍ଟନାୟକ ରାଜ୍ୟ ମହିଳା ମୋର୍ଚ୍ଚାର ଟିମ୍ ଘୋଷଣା କରିଛନ୍ତି। ଟିମ୍ ରେ ଗଞ୍ଜାମ ଜିଲ୍ଲାର ବବିତା ପାତ୍ରଙ୍କୁ ପୁନର୍ବାର ସାଧାରଣ ସମ୍ପାଦିକା ଦାଇତ୍ୱ ଦିଆଯାଇଥିବା ବେଳେ ମୀନା ଦ୍ୟାନସାମନ୍ତାରାୟଙ୍କୁ କାର୍ଯ୍ୟକାରିଣୀ ଦାୟିତ୍ବ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଶ୍ରୀମତୀ ପାତ୍ର କହିଛନ୍ତି ଯେ, ସାଂଗଠନିକ କାର୍ଯ୍ୟ ଦକ୍ଷତା ଉପରେ ବିଶ୍ବାସ ରଖୀ ମୋତେ ଯେଉଁ ଦାୟିତ୍ବ ଦିଆଯାଇଛି ତାକୁ ସମ୍ପୁର୍ଣ୍ଣ ନିଷ୍ଠାର ସହ ସମ୍ପାଦନ କରିବି ବୋଲି କହିବା ସହ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ,ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ସଂଗଠନ ସାଧାରଣ ସଂପାଦକ ଶ୍ରୀ ମାନସ ମହାନ୍ତି, ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୁତି ପଟ୍ଟନାୟକ,ଜିଲ୍ଲା ସଭାପତି ଶ୍ରୀ ବିଭୁତି ଭୂଷଣ ଜେନା,ରାଜ୍ୟ ଉପସଭାପତି ଶ୍ରୀ ଭ୍ରୁଗୁବକ୍ସୀ ପାତ୍ର,ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ସହ ସମସ୍ତ ରାଜ୍ୟ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |