84

ଭାସଭି କନିକା ପରମେଶ୍ୱରୀ ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୁନିଗୁଡା,୨୩/୨ (ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ନିକଟସ୍ଥ ମୁନିଖୋଲସ୍ଥିତ ଭାସଭି କନିକା ପରମେଶ୍ୱରୀ ମନ୍ଦିରର 19ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ମହାଡମ୍ବରର ସହ ଅନୁଷ୍ଠିତ ହୋଇଯାଇଛି l ମନ୍ଦିରର ସଭାପତି ଜି. ଗୌରୀ ଶଙ୍କର ଓ ଯୁବକ ସମାଜ ସଭାପତି ପି. ରାଜଶେଖରଙ୍କ ମିଳିତ ନେତୃତ୍ୱରେ ଅନୁଷ୍ଠିତ ଉକ୍ତ ବାର୍ଷିକ ଉତ୍ସବରେ ମନ୍ଦିରର ମୁଖ୍ୟ ପୂଜକ ମନୋଜ ମିଶ୍ର, ପୁରୋହିତ ନିକୁଞ୍ଜ ଶତପଥୀ ଓ ସନ୍ତୋଷ ପାଢ଼ୀଙ୍କ ମିଳିତ ପୌରହିତ୍ୟରେ ପ୍ରାତଃରୁ ଗଙ୍ଗା ଆବାହନ, ଜଳାଭିଷେକ, ପଞ୍ଚମୃତ ସ୍ନାନ,ରୁଦ୍ରାଭିଷେକ, ପାର୍ଶ୍ୱ ଦେବତା ପୂଜା ପରେ ମନ୍ଦିର କମିଟିର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କ ଦ୍ୱାରା ମା ଭାସଭି କନିକା ପରମେଶ୍ୱରୀଙ୍କ ପ୍ରତିମୂର୍ତ୍ତିକୁ ଏକ ରଥ ତିଆରି ସେଥିରେ ପାରମ୍ପରିକ ବାଦ୍ୟ ସହ ମନ୍ଦିର ପରିସରରୁ ବାହାରି ନଗର ପରିକ୍ରମା କରାଯାଇଥିଲା l ପରେ ମନ୍ଦିର ପରିସରରେ ମହିଳା ଓ ଯୁବତୀ ମାନଙ୍କ ଦ୍ୱାରା କୁଙ୍କୁମ ପୂଜା, ହୋମଯଜ୍ଞ ସହ ଅନ୍ୟାନ୍ୟ ପୂଜା କରାଯାଇଥିଲା l ଶେଷରେ ନାଗେରସ୍ୱର କଲ୍ୟାଣ, ଆରତୀ ସହ ଅର୍ଣ୍ଣପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ ପରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା l ଏହି ଅବସରରେ କମିଟିର ସଦସ୍ୟ କେ. ରମେଶ ରାଜୁ ଯୁବକ ସଂଘର ସଦସ୍ୟ ମାନଙ୍କୁ ଆଗାମୀ ଦିନରେ ଯେକୌଣସି କାର୍ଯ୍ୟରେ ଏବଂ ସାମାଜିକ କ୍ଷେତ୍ରରେ ଉତ୍ସାହର ସହ ଏକତ୍ରିତ ହୋଇ ଆଗେଇ ଆସିବାକୁ ସଦସ୍ୟ ମାନଙ୍କୁ ୟୁନିଫର୍ମ ପ୍ରଦାନ କରିଥିଲେ l ଉକ୍ତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ମନ୍ଦିର କମିଟିର ସମ୍ପାଦକ ଏଲ.ସିମାଞ୍ଚଳ, ଭି.ରାବଣା, ଜି.ସୂର୍ଯ୍ୟନାରାୟଣ ପାତ୍ର ଯୁବକ କେ.ନରେଶ, ଭି.ଅରୁଣ, ଜି.ସଞ୍ଜିବ କୁମାର, ଟି.ଅଶୋକ କୁମାର, ଜାମି.ପୱନ କୁମାର ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ପରିଚାଳନା ଓ ସହଯୋଗ କରିଛନ୍ତି l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!