33

ଝରିଗାଁ ବ୍ଲକର ବିଭିନ୍ନ ଦୁର୍ନୀତି ବିରୋଧରେ ବିଜେପିର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣ ଧାରଣା

ଝରିଗାଁ,୨୩/୨(ଭୋଦେଵ ଗୌଡ଼): ଝରିଗାଁ ବ୍ଲକ ବିଜେପି ଦଳ ତରଫରୁ ଆଜି ବ୍ଲକ କାର୍ଯ୍ୟାଳୟ ନିକଟରେ ବ୍ଲକର ବିଭିନ୍ନ ଦୁର୍ନୀତି ବିରୋଧରେ ଗଣ ଧାରଣା ଦେଇଛନ୍ତି। ଆଜି ସକାଳୁ ବିଜେପି କର୍ମୀମାନେ ଏକତ୍ରିତ ହୋଇ ଗଣ ଧାରଣାରେ ବସିବା ସହ ଏକ ପ୍ରତିବାଦ ସଭାର ଆୟଜନ କରିଥିଲେ।ଏଥିରେ ବିଜେପି କର୍ମୀ ମାନେ ଉପସ୍ଥିତ ରହି ଝରିଗାଁ ବ୍ଲକ ରେ ହୋଇଥିବା ଦୁର୍ନୀତି ବିଷୟ ରେ ମତ ରଖିଥିଲେ। ଗତ ଜାନୁୟାରୀ ମାସ ୨୭ ତାରିଖ ରେ ଝରିଗାଁ ବ୍ଲକରେ ଭିବିନ୍ନ ବିଭାଗର ଦୁର୍ନୀତି ବିରୋଧରେ ଏବଂ ଦୁର୍ନୀତିରେ ଲିପ୍ତଥିବା ଦୋଷୀ ଙ୍କ ବିରୋଧରେ ସାତ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପାଇଁ ଝରିଗାଁ ବିଡ଼ିଓ ଙ୍କ ଜରିଆରେ ନବରଙ୍ଗପୁର ଜିଲ୍ଲାପାଳଙ୍କ ନିକଟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ। ତେବେ ଦାବିଇପତ୍ର ପ୍ରଦାନର ଦୀର୍ଘ ଦିନପରେ ମଧ୍ୟ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ବେଳେ ଯେଉଁ ଦିନ ପର୍ଯ୍ୟନ୍ତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ ଝରିଗାଁ ବ୍ଲକ ବିଜେପି ଦଳ ତରଫରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣ ଧାରଣା ଦିଆଯିବ ବୋଲି ସୂଚନା ଦେଇଛନ୍ତି। ଝରିଗାଁ ବ୍ଲକ ବିଜେପିର ଲିଖିତ ଅଭିଯୋଗ ପ୍ରକାରେ ଝରିଗାଁ ବ୍ଲକର ଯେଉଁ ହିତାଧିକାରୀମାନେ ସ୍ୱଚ୍ଛ ଭାରତ ପାଇଖାନା ନିର୍ମାଣ ଦୁର୍ନୀତିର ଶିକାର ହୋଇଛନ୍ତି ସେମାନଙ୍କୁ ପାଇଖାନା ଯୋଗାଇ ଦିଆଯାଉ, ପାଇଖାନା ଦୁର୍ନୀତିରେ ଯୋଡିଥିବା ସମସ୍ତ ଅଧିକାରୀ,ସଂସ୍ଥା,ନୋଡାଲ ଅଫିସର, ପି.ଡି ଡି.ଆର.ଡି.ଏ ଙ୍କୁ ତଦନ୍ତ ପରିସର ଭୁକ୍ତ କରାଗଲେ ଦୁର୍ନୀତି ର ସମସ୍ତ ତଥ୍ୟ ଉନ୍ନଚିତ ହେବ,ମାନେରେଗା କାର୍ଯ୍ୟ ରେ ଶ୍ରମିକ ବଦଳରେ ମେସିନ ରେ କରାଯାଉଛି ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ,ଏମ. ଜି.ଏନ. ଆର.ଇ.ଜି.ଏସରେ କାମ ନକରି ମିଥ୍ୟା ବିଲ କରି ସରକାରୀ ଅର୍ଥ କୁ ହରିଲୁଟ କରାଯାଉଛି ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ,ରେଜିଷ୍ଟ୍ରେସନ ହୋଇଥିବା ଧାନଚାଷୀ ଟକେନ୍ ପାଇଥିଲେ ମଧ୍ୟ ଟାର୍ଗେଟ ନଥିବା ଦର୍ଶାଇ ସରକାର ଧାନ କିଣୁ ନାହାନ୍ତି ତେଣୁ ସରକାର ସମସ୍ତ ଚାଷୀଙ୍କ ଧାନ କିଣିବା ବ୍ୟବସ୍ଥା କରନ୍ତୁ, ହରିଶ୍ଚନ୍ଦ୍ର ଯୋଜନାରେ ମୃତକଙ୍କ ପରିବାର ସରକାରୀ ଅର୍ଥ ପାଇ ପାରୁନଥିବା ଅଭିଯୋଗ କରିଛନ୍ତି।ଏହି ଗଣ ଧାରଣା ଏବଂ ପ୍ରତିବାଦ ସଭାରେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଗୋବିନ୍ଦ ଜୈନ, ରମେଶ ଚନ୍ଦ୍ର ସାହୁ,ଜିଲ୍ଲା ବିଜେପି ଯୁବମର୍ଚ୍ଛା ସଭାପତି ଚନ୍ଦ୍ର ଭାନୁ ନାୟକ,ଜିଲ୍ଲା ସମ୍ପାଦକ ଫିରଜ ଷଡଙ୍ଗୀ,ଜିଲ୍ଲା ସମ୍ପାଦିକା ସୁମିତ୍ରା ମାଝୀ,ରାଜ୍ୟ କୃଷକ ମର୍ଚ୍ଛା ସଦସ୍ୟ ଜଗଦୀଶ କଲାର, ଚଚା ମଣ୍ଡଳ ସଭାପତି ନରସିଂହ ଭତ୍ରା,ଧଡ୍ରା ମଣ୍ଡଳ ସଭାପତି ମନୁ ଭତ୍ରା,ବେଲଗାଁ ପଂଚାୟତ ସରପଞ୍ଚ ଦୟାନାରୀ ସନ୍ତା,ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ରଜନୀ ରଥ,ସାନୁ ଭତ୍ରା,ଶଙ୍କର ହାଲବା,କୁନି ସାହୁ,ସୀତାରାମ ପୂଜାରୀ,କୁମ ଭତ୍ରା,ଡ଼ମଲା ଭତ୍ରା,ହିମାଦାସ ପନକା, ରମେଶ ଦାସ,ମିଳୁ ପଣ୍ଡା,ପ୍ରମୁଖ ଉପସ୍ଥିତ ରହିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!