52

ମାର୍ଥାପଲ୍ଲୀରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବ୍ରହ୍ମପୁର,୨୪/୨(ମନୋଜ କୁମାର ପାତ୍ର):ବ୍ରହ୍ମପୁର ଉପକଣ୍ଠ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ହୁଗୁଳାପଟ୍ଟା ପଞ୍ଚାୟତର ମାର୍ଥାପଲ୍ଲୀ ଗ୍ରାମରେ ସ୍ଥିତ ଖେଳ ପଡ଼ିଆରେ ସ୍ଥାନୀୟ ଯୁବ ସଂଘ ଦ୍ଵାରା ଶ୍ରୀ ରାଧାକୃଷ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି। ପୂର୍ବାହ୍ନ ୧୧ଟା ସମୟରେ କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ରିବନ୍ କାଟିବା ସହ ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିଥିଲେ।ଏହି ଅବସରରେ ହୁଗୁଳାପଟ୍ଟା ସରପଞ୍ଚ ପ୍ରଦୀପ କୁମାର ମଲଣା ସମ୍ମାନିତ ଅତିଥିଭାବେ ଯୋଗଦେଇ ଖେଳାଳି ମାନଙ୍କୁ ନିଜ ନିଜ ଭିତରେ ଭାଇଚାରା ସୃଷ୍ଟି କରିବା ସହ ଶାନ୍ତିପୂର୍ଣ୍ଣ ଭାବେ ଖେଳିବା ପାଇଁ ପରାମର୍ଶ ଦେଇଥିଲେ।ଏହି ଉଦଘାଟନୀ ମ୍ୟାଚ ହୁଗୁଳାପଟ୍ଟା ଏବଂ ବାଙ୍କିୟାପଲ୍ଲୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ହୁଗୁଳାପଟ୍ଟା ପ୍ରଥମେ ଟସ୍ ଜିତି ବ୍ୟାଟିଙ୍ଗ କରିବା ପାଇଁ ପଡିଆକୁ ଓଲ୍ଲାଇ ୭୦ ରନ୍ କରିବା ସହ ଅଲ୍ ଆଉଟ୍ ହୋଇଥିଲା।ଫଳରେ ବାଙ୍କିୟାପଲ୍ଲୀ ଟିମ୍ ୪୧ ରନରେ ଅଲ୍ ଆଉଟ୍ ହୋଇ ପରାଜିତ ହୋଇଥିଲା।ଏହି ମ୍ୟାଚରେ ସୁମନ୍ କୁମାର ବେହେରା ମ୍ୟାନ ଅପ୍ ଦି ମ୍ୟାଚ ଘୋଷିତ ହୋଇଥିଲେ।ଏହି ମ୍ୟାଚରେ ୧୬ଟି ଟିମ୍ ଭାଗ ନେଇଥିବା ଆୟୋଜକଙ୍କ ଠାରୁ ସୂଚନା ମିଳିଛି।ଏହି ଟୁର୍ଣ୍ଣାମେଣ୍ଟରେ ଏ.ଜୟନ୍ତ, ଏମ୍.ରବି,କେ.ଗୋପାଳ, ଜି.ଗୋପାଳ, ଜି.ସନ୍ତୋସ,ଦିବାକାର,ବି.ରମାକାନ୍ତଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିବା ସହ ମ୍ୟାଚ ପରିଚାଳନା କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!