136

ତେଲୁଗୁ ସମ୍ପ୍ରଦାୟର ଦାଲେଲୁ ଆମ୍ମା ଶ୍ରୀକ୍ରୀଷ୍ଣା ଭଗବାନ ପୂଜା ଅନୁଷ୍ଠିତ

ମୁନିଗୁଡା,୨୫/୨ (ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ଠାରେ କିଛି ତେଲୁଗୁ ସମ୍ପ୍ରଦାୟର ଲୋକ ମାନଙ୍କ ଦ୍ୱାରା ପବିତ୍ର ମା ଦାଲେଲୁ ଆମ୍ମା ଶ୍ରୀକ୍ରୀଷ୍ଣା ଭଗବାନ ପୂଜା ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟତଃ ତେଲୁଗୁ ସମ୍ପ୍ରଦାୟର ଶ୍ରୀବତ୍ସଲ ଗୋତ୍ରର ପରିବାରର କୁଳ ଦେଵୀ ବା ଇଷ୍ଟ ଦେବୀ ବୋଲି ଏହି ଗୋତ୍ରର ଲୋକ ମାନେ ଏହି ପୂଜା କରିଥାନ୍ତି l ଏହି ଅବସରରେ ମୁନିଗୁଡାର ପାଟନାନା ପରିବାରର ଓ ଶ୍ରୀବତ୍ସଲ ଗୋତ୍ରର ପି. ନାଗରାଜୁ, ପି. କଞ୍ଚାନମାଳା, ପି. ରାଜଶେଖର, ପି. ରେବତୀ, ପି. ମାଣିକାଣ୍ଟା, ପି. ସାନବିକା ପ୍ରମୁଖଙ୍କ ମିଳିତ ନେତୃତ୍ୱରେ ମହିଳା ଓ ଯୁବତୀ ମାନେ ମା ଙ୍କୁ ଆରାଧନା କରି ପାରମ୍ପରିକ ବାଦ୍ୟରେ ମା ଙ୍କ ଚାଙ୍ଗୁଡ଼ି ଧରି ସହର ପରିକ୍ରମା କରିଥିଲେ l ପରେ ମା ଙ୍କ ପାଇଁ ଅସ୍ଥାୟୀ ମଣ୍ଡପ ତିଆରି କରି ସେଠାରେ ହୋମଯଜ୍ଞ ସହ ବିଭିନ୍ନ ପୁଜାର୍ଚନା କରାଯାଇଥିଲା l ଉକ୍ତ ପୂଜା ଦେଖିବାକୁ ମୁନିଗୁଡା ତଥା ଆଖପାଖ ଅଞ୍ଚଳ ସହ ବିଶେଷ କରି ଆନ୍ଧ୍ରପ୍ରଦେଶରୁ ମଧ୍ୟ ବହୁ ସଂଖ୍ୟାରେ ଲୋକମାନେ ମା ଙ୍କ ଦର୍ଶନ କରି ଆଶୀର୍ବାଦ ନେବା ପାଇଁ ସୁଅ ଛୁଟିଥିଲା l ମାନସିକ ଧାରୀ ମାନେ ନିଜ ନିଜ ମାନସିକ ଆକାରରେ ସୁନା, ରୁପା,ଟଙ୍କା ସହ ବିଭିନ୍ନ ସାମଗ୍ରୀ ମା ଙ୍କୁ ଅର୍ପଣ କରିଥିଲେ l ଏହି ପୂଜାର ବିଶେଷ୍ୟତ୍ବ ହେଉଛି ଏହି ପୂଜା କରିବା ଦ୍ୱାରା ପରିବାରରେ ସବୁବେଳେ ଶାନ୍ତି, ସମୃଦ୍ଧି ଓ ଆରୋଗ୍ୟ ଲାଗିରହିଥାଏ ବୋଲି ଅବମାନନା କାଳରୁ ଏକ ବିଶ୍ୱାସ ରହି ଆସିଛି l ଏହି ପୂଜା ଦୁଇ ଦିନ ଧରି ଚାଲିବ ବୋଲି ଜଣାପଡିଛି l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!