54

ଡାବୁଗାଁରେ ଆଦିବାସୀ ପାରମ୍ପରିକ ମାଘ ମଣ୍ଡେଇ ପାଳିତ

ଡାବୁଗାଁ,୨୫/୨(ମିହିର ଶଙ୍କର ପାତ୍ର):ଡାବୁଗାଁ ବ୍ଲକ ସଦର ମହୁକୁମା ଠାରେ କାଭିଡ ନିୟମ ମାନି,ମାସ୍କ ବ୍ୟଭହାର କରି ସାମାଜିକ ଦୂରତା ବଜାଇ ରଖି ଧୁମଧାମରେ ପାଳିତ ହାଇଯାଇଛି ମାଘ ମଣ୍ଡେଇ ବା ଡାବୁଗାଁର ଇଷ୍ଟ ଦେବ ବାବା ଭୈରବଙ୍କ ପୂଜା । ମହାଦେବଙ୍କ ଅବତାର ବାବା ଭୈରଭ ଙ୍କୁ ଏଠାରେ ବଡ଼ଦେଵତା ନାମରେ ପୂଜା କରାଯାଏ। ଆଦିବାସୀ ପର୍ବ ମାଘ ମଣ୍ଡେଇ ହାଟ ପୂର୍ବ ଦିନ ପାଳିତ ହୁଏ ଏହି ବଡ଼ଦେବତା ପୂଜା ,ଆଜି ଡାବୁଗାଁ ରେ ମାଘ ମଣ୍ଡେଇ ହାଟ । ମାଘ ମଣ୍ଡେଇ ଦିନ ପାରମ୍ପରିକ ରୀତିନୀତିରେ ପୂଜାର୍ଚନା ପରେ ସିରା ,ପଲଙ୍କି ,ଲାଠି, କୁର୍ଚି ସବୁ ଏକତ୍ରିତ ହଇ ବାଜା ମହୁରୀ ରୋ ତାଳେ ତାଳେ ନାଚ କରି ଡାବୁଗାଁ ଗ୍ରାମରେ ଏବଂ ସାପ୍ତାହିକ ହାଟରେ ବୁଲିଥିଲେ । ଡାବୁଗାଁ ମଣ୍ଡାଇ ପାଇଁ ଗହଳି ଗତକାଲି ବୁଧବାର ଦିନ ଠାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି ଡାବୁଗାଁ ଅଞ୍ଚଳରେ । ଦୁଲାରଦେଇ ପୂଜା ଠାରୁ ମାଘ ମଣ୍ଡେଇ ପର୍ଯନ୍ତ ଡାବୁଗାଁ ଅଂଚଳ ଚଳଚଂଚଳ ରହିଥିଲା ,ଆସନ୍ତା କାଲି ଶୁକ୍ରବାର ବାସି ମଣ୍ଡେଇ ପର୍ଯ୍ୟନ୍ତ ଏହିଭଳି ଗହଳି ଲାଗି ରହିଥିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!