45

ମାଓବାଦୀଙ୍କ ଯୋଜନା ପଣ୍ଡ ,ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

କୋରାପୁଟ, ୨୭ା୨   : ଏକ ବଡ଼ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ବିଏସଏଫ୍ ଯବାନ । ମାଓବାଦୀମାନେ ଏକ ବଡ଼ ଧରଣର ବିସ୍ଫୋରଣ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଆଜି କମ୍ବିଂ ଅପରେସନ ସମୟରେ ବିଏସଏଫ୍ ଯବାନମାନେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲାର ନାରାୟଣପାଟଣାରୁ ଏହି ବିସ୍ଫୋରକ ଜବତ କରାଯାଇଛି । କୋୟେଲିବେଡା ଥାନା ଅନ୍ତର୍ଗତ ମର୍କାନାର- ବଡ଼ପରା ରାସ୍ତା ନିକଟରେ ବି ଏସ ଏଫ୍ ଯବାନ ଆଇ ଇ ଡି ଠାବ କରି ମାଓବାଦୀଙ୍କ ଯୋଜନା ପଣ୍ଡ କରିଛନ୍ତି। କିଛି ଦିନ ତଳେ କାଙ୍କେର୍ ଜିଲ୍ଲା ଆମାବେଡା ଥାନା ଚିକପାଲ୍ ଗ୍ରାମ ଜଙ୍ଗଲରେ ଆଇଇଡି ଖଞ୍ଜିବା ବେଳେ ହଠାତ୍ ବିସ୍ଫୋରଣ ହୋଇ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ପୁଣି ଥରେ ଆଇଇଡି ଖଞ୍ଜି ଯବାନଙ୍କୁ ଟାର୍ଗେଟ କରିବା ପାଇଁ ଚେଷ୍ଠା କରିଥିଲେ ନକ୍ସଲ। ଯାହାକୁ ବିଫଳ କରିଦେଇଛନ୍ତି ଯବାନ। ଯବାନମାନେ ୬୦ଟି ଜିଲେଟିନ୍, ୫୦ଟି ଇଲେକ୍ଟ୍ରି ଡିଟୋନେଟର, ୩୦ ଆଇରନ ପେଲେଟ୍, ବିଦ୍ୟୁତ ତାର, ୨.୫ କେଜି ଗନ ପାଉଡର ଆଦି ଜବତ କରିଛନ୍ତି । ପିଣ୍ଟାପଦର ଜଙ୍ଗଲରେ କମ୍ବିଂ ବେଳେ ସମସ୍ତ ବିସ୍ଫୋରକ ସାମଗ୍ରୀ ମିଳିଥିବା ଜଣାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!