49

୫ ରାଜ୍ୟ ଫେରନ୍ତାଙ୍କ ଉପରେ ରାଜ୍ୟ ସରକାରଙ୍କର କଡ଼ା ନଜର

ଭୁବନେଶ୍ୱର, ୨୭ା୨  :  ୫ଟି ରାଜ୍ୟରୁ ଫେରିଥିବା ଯାତ୍ରୀଙ୍କ ଉପରେ ଓଡ଼ିଶା ସରକାର   କଟକଣା ଲଗାଇଛନ୍ତି। ମହାରାଷ୍ଟ୍ର, କେରଳ, ତାମିଲନାଡ଼ୁ, ଛତିଶଗଡ଼ ଓ ମଧ୍ୟପ୍ରଦେଶ   ଆଦି ୫ଟି ରାଜ୍ୟରେ କରୋନାର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ୫ଟି ରାଜ୍ୟରୁ ଫେରନ୍ତା ଯାତ୍ରୀମାନଙ୍କ ଲାଗି ବିମାନବନ୍ଦର ଓ ରେଳ ଷ୍ଟେସନରେ ଥର୍ମାଲ ସ୍କ୍ରିନିଂ ସହ ରାପିଡ୍ ଆଣ୍ଟିଜେନ୍ କିଟ୍ ପରୀକ୍ଷା କରିବା ଲାଗି କୁହାଯାଇଛି। ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇବାର ଗୋଟିଏ ଦିନ ପରେ ରାଜ୍ୟ ସରକାର ଏହି ୫ ରାଜ୍ୟ ଫେରାନ୍ତଙ୍କ ପାଇଁ ୭ଦିନ ବାଧ୍ୟତାମୂଳକ ଗୃହ ପୃଥକ୍ ବାସ ଲାଗୁ କରିଛନ୍ତି। କିନ୍ତୁ କୋଭିଡ୍ ରିପୋର୍ଟ ନେଗେଟିଭ୍ ଥିଲେ ଗୃହ ପୃଥକ୍ ବାସ ଜରୁରୀ ନୁହେଁ ବୋଲି କୁହାଯାଇଛି। ଏ ସଂକ୍ରାନ୍ତରେ ସବୁ ଜିଲ୍ଲାପାଳ, ନଗର ନିଗମ କମିସନର, ବିଜୁ ପଟ୍ଟନାୟକ ଓ ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ଓ ପୂର୍ବତଟ ରେଳବାଇର ମହାପ୍ରବନ୍ଧକଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।   ସୂଚନାଯୋଗ୍ୟ ଯେ, ପୂର୍ବରୁ ୧୨ ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ କୁହାଯାଇଥିଲା । ବର୍ତ୍ତମାନ ପରିସ୍ଥିତି ଉପରେ ନଜର ରଖାଯାଉଛି । ଭବିଷ୍ୟତରେ ଅନ୍ୟ ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖାଯାଇପାରେ । ୫ଟି ରାଜ୍ୟରୁ ଫେରିଥିବା ବ୍ୟକ୍ତି ୭ ଦିନ ସଙ୍ଗରୋଧରେ ରହିବେ । ଆରଟି-ପିସିଆର ରିପୋର୍ଟ ଥିଲେ ସଙ୍ଗରୋଧ ଅନାବଶ୍ୟକ । କୋଭିଡ୍ ଟିକା ନେଇଥିଲେ ସଙ୍ଗରୋଧର ମଧ୍ୟ ଆବଶ୍ୟକତା ନାହିଁ । ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ହେବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି କୁହାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!