93

ରାମେଶ୍ୱର ଶୈବପୀଠରେ ଅଗ୍ନି ପୂଜା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁନିଗୁଡା,୨୭/୨ (ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ନିକଟସ୍ଥ ହୁକୁମତୋଳାସ୍ଥିତ ରାମେଶ୍ୱର ମହାଦେବ ଶିବ ମନ୍ଦିର ପରିସରରେ ଅଗ୍ନି ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମନ୍ଦିରର ମୁଖ୍ୟ ପୂଜକ ସୁଶାନ୍ତ କୁମାର ଦାସଙ୍କ ପୌରହିତ୍ୟରେ ଦ୍ୱାରା ଅନୁଷ୍ଠିତ ଅଗ୍ନି ପୂଜାରେ ପ୍ରାରମ୍ଭରେ ସଂକୀର୍ତନ ସହ ଶ୍ରୀ ଦାସ ଅଗ୍ନିଦେବଙ୍କ ରୀତିନୀତି ପୁଜାର୍ଚନା କରି ଅଗ୍ନି ସଂଯଗ କରିଥିଲେ l ଏହି ଅଗ୍ନି ପୂଜା କରିବା ଦ୍ୱାରା ପୌରାଣିକ ମତ ଅନୁଯାୟୀ ଗ୍ରାମରେ ସମସ୍ତଙ୍କ ମଧ୍ୟରେ ଏକତା ବଜାୟ ରହିବା ସହ ଗ୍ରାମରେ ଶାନ୍ତି, ସୁଖ, ସଦଭାବ,ଆରୋଗ୍ୟ ସହ ଚାଷ କ୍ଷେତ୍ରରେ ଉନ୍ନତି ହେବ ବୋଲି ଏକ ବିଶ୍ୱାସ ରହିଆସିଛି l ଏହି ଅଗ୍ନି ପୂଜା କାର୍ଯ୍ୟକ୍ରମରେ ଗ୍ରାମର ପୁରୁଷ ମହିଳା ସମସ୍ତେ ମିଶି ବାଇଗଣ, ଆଳୁ, ନଡ଼ିଆ, କଦଳୀ,କନ୍ଧମୁଳ ସହ ବିଭିନ୍ନ ସାମଗ୍ରୀ ଅଗ୍ନିକୁ ଅର୍ପଣ କରିଥିବା ଦେଖିବାକୁ ମିଳିଥିଲା l ଏହି କାର୍ଯ୍ୟକ୍ରମରେ ମନ୍ଦିର କମିଟିର ସଭାପତି ପୁରୁଷତ୍ତମ ଜେନା, ଚିନାରି କୁସୁଲିଆ, ରାଜେଶ ପାତ୍ର, ଧନୁ କୁସୁଲିଆ, ଶ୍ରୀକାନ୍ତ ପାତ୍ର, ସମ୍ଵରୁ କୁସୁଲିଆ, ଯୁଧିଷ୍ଠିର ବାଣୀଜାଣି, ପ୍ରଦୀପ ପାତ୍ର, ସ୍ନେହଲତା ଜେନା, ପ୍ରଶାନ୍ତ କୁମାର ପାଣ୍ଡେ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!