30

ଇସ୍ରୋ ଲଞ୍ଚ କଲା ଚଳିତ ବର୍ଷର ପ୍ରଥମ ସ୍ପେସ ମିଶନ

ବେଙ୍ଗାଲୁରୁ ୨୮/୦୨ : ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋ ଆଜି ଏକ ନୂଆ କୀର୍ତ୍ତିମାନ ନିଜ ନାଁରେ କରିଛି। ଇସ୍ରୋ ଚଳିତ ବର୍ଷର ପ୍ରଥମ ସ୍ପେସ ମିଶନ ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଲଞ୍ଚ କରିଛି। ଧ୍ରୁବିୟ ଉପଗ୍ରହ ପ୍ରକ୍ଷେପଣ ଯାନ (PSLV) ଦ୍ୱାରା ରବିବାର ସକାଳ ୧୦ଟା ୨୪ ମିନିଟରେ ୧୯ ସାଟେଲାଇଟ ମହାକାଶକୁ ପ୍ରକ୍ଷେପିତ କରାଯାଇଛି। (PSLV-C51) ପିଏସଏଲଭି ର ୫୩ତମ ମିଶନ। ଏହା ଜରିଆରେ ବ୍ରାଜିଲର ଆମାଜନିଆ-୧ ସାଟେଲାଇଟ ମଧ୍ୟ ପଠାଯିବ। ଏହାସହ ଆଉ ୧୮ କମର୍ସିୟାଲ ସାଟେଲାଇଟ୍ ମଧ୍ୟ ପ୍ରକ୍ଷେପିତ କରାଯାଇଛି। ଏଥିରୁ ଗୋଟିଏ ସାଟେଲାଇଟ ସ୍ପେସ କିଡ୍ଜ ଇଣ୍ଡିଆର ସାମିଲ ଅଛି। ଏହି ମହାକାଶ ଯାନର ଶୀର୍ଷ ପ୍ୟାନେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଲଗାଯାଇଛି। ଏସକେଆଇ କହିଛନ୍ତି, ଏହା ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ଆରମ୍ଭ ଏବଂ ସ୍ପେସ୍ ଘରୋଇକରଣ ପାଇଁ ଏକତା ଏବଂ ଅଭର ବ୍ୟକ୍ତ କରିବାକୁ। ଏସକେଆଇ ଏସଡି (ସୁରକ୍ଷିତ ଡିଜିଟାଲ କାର୍ଡ)ରେ ‘ଭାଗବତ ଗୀତା’ ମଧ୍ୟ ପଠାଇଛି। ଚଳିତ ବର୍ଷର ପ୍ରଥମ ମହାକାଶ ଅଭିଯାନ ପିଏସଏଲଭି ରାକେଟ ପାଇଁ ଅଧିକ ସମୟ ଲାଗିବ। ଏହାର ଉଡାଣ ସମୟ ଘଣ୍ଟେ ୫୫ ମିନିଟ ଓ ୭ ସେକେଣ୍ଡ। ଭାରତ ତରଫରୁ ଲଞ୍ଚ ହୋଇଥିବା ବିଦେଶୀ ସାଟେଲାଇଟର ମୋଟ ସଂଖ୍ୟା ୩୪୨ରେ ପହଞ୍ଚିଛି। ଅନ୍ୟ ୧୮ ସାଟେଲାଇଟ ମଧ୍ୟରୁ ୪ଟି ଇନ-ସ୍ପେସରୁ ରହିଛି। ଏମାନଙ୍କ ମଧ୍ୟରୁ ୩ଟି ଭାରତୀୟ ଶିକ୍ଷାନୁଷ୍ଠାନର ସଂଘ ୟୁନିଟ୍ସ୍ରୁ ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!