59

ମିଶନଶକ୍ତିର ବେଆଇନ କାର୍ଯର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ମହିଳାଙ୍କ ଗଣଧାରଣା

ରାଜକନିକା,୧/୩: ରାଜକନିକା ବ୍ଲକରେ କାର୍ଯ୍ୟରତ ମିଶନଶକ୍ତି ଓ ଜୀବୀକା ମିଶନର ବେଆଇନ୍ ଫେଡ଼େରେସନ ଗଠନ, ସରକାରୀ ଯୋଜନାରେ ହେରଫେର, ଋଣ ପ୍ରଦାନରେ ମହିଳା ଗୋଷ୍ଠି ମାନଙ୍କୁ ହଇରାଣ ହରକତ୍ କରିବା, ପିସି ଆଦାୟ କରିବା, ଜମାଟଙ୍କା ଉଠାଇନେବା ଆଦି ଦୁର୍ନୀତି ଓ ବେଆଇନ କାର୍ଯ୍ୟର ତଦନ୍ତ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜକନିକା ଏସ୍‌ଏଚ୍‌ଜି ସଶକ୍ତିକରଣ ସଂଘର୍ଷ ସମିତିର ସଭାନେତ୍ରୀ ସବିତା ବରଜଙ୍କ ନେତୃତ୍ୱରେ ହାଟସାହି ଗ୍ରାମ ପଞ୍ଚାୟତର ଫେଡ଼େରେସନ ସଭାପତି ସୀତା ଦାସ, ସମ୍ପାଦିକା ସୁସେଭିତା ରାଉତ, ବଳରାମପୁର ଗ୍ରାମ ପଞ୍ଚାୟତ ଫେଡ଼େରେସନର ସଭାନେତ୍ରୀ ଜଞ୍ଜାଳି ମଲିକ, ପେଗରପଡ଼ା ଗ୍ରାମ ପଞ୍ଚାୟତ ଫେଡ଼େରେସନର ସନ୍ଧ୍ୟାରାଣୀ ପଲାଇ, ରାଜକନିକା ବ୍ଲକର ପୂର୍ବତନ ଫେଡ଼େରେସନର ସଭାନେତ୍ରୀ ସାବିତ୍ରୀ ମାହୁନ୍ତ, ଏଆଇସିସିଟିୟୁର ଜିଲା ସମ୍ପାଦକ ବିଧାନ ଦାସ, ଝରଣା ରାଉତ, କୁସୁମ ଜେନା, ଝରଣା ମଲ୍ଲିକ ଏବଂ ବବିତା ଦାସ ପ୍ରମୁଖ ଶତାଧିକ ମହିଳା ଏକ ଶୋଭାଯାତ୍ରାରେ ଅଶୋକ ବଜାର ଠାରୁ ବାହାରି ବ୍ଲକ ପରିସରରେ ପହଞ୍ôଚ ଧାରଣାରେ ବସିଥିଲେ । ମିଶନଶକ୍ତିରେ ହେଉଥିବା ବେଆଇନ କାର୍ଯ୍ୟର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ମହିଳା ସଭାନେତ୍ରୀମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଘଟଣାସ୍ଥଳରେ ରାଜକନିକା ବିଡିଓ ଅଶୋକ ମହାନ୍ତି ଏବଂ କନିକା ତହସିଲଦାର ପ୍ରେମାନନ୍ଦ ବେହେରା ପହଞ୍ôଚ ଆସନ୍ତା ୧୫ ଦିନ ମଧ୍ୟରେ ସମସ୍ତ ଅଭିଯୋଗର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!