56

ମିଠାରେ ନିଶା ଦେଇ ଘରେ କଳା କନା ବୁଲାଇଲେ ଭଡ଼ାଟିଆ

ମାଲକାନଗିରି୨/୩: ଅଭିନବ ଷ୍ଟାଇଲ୍‌ରେ ଲୁଟ୍। ମିଠାରେ ନିଶା ମିଶାଇ ଖାଇବାକୁ ଦେବାପରେ ଜଣେ ସୁନା ବ୍ୟବସାୟୀଙ୍କ ଘରେ କଳା କନା ବୁଲାଇଛନ୍ତି ଲୁଟେରା। ଲୁଟ୍‌ ପାଇଁ ୩ ମାସ ପୂର୍ବରୁ ଲୁଟେରାମାନେ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରିଥିଲେ। ସବୁଠାରୁ ବଡ଼ କଥା, ଲୁଟ୍‌ କରିଥିବା ଲୁଟେରା ଆଉ କେହି ନୁହଁନ୍ତି ବରଂ ସୁନା ବ୍ୟବସାୟୀଙ୍କ ଘରେ ରହୁଥିବା ଭଡ଼ାଟିଆ। ମାଲକାନଗିରି ସଦର ମହକୁମା ବିବିଗୁଡା କଲୋନୀରେ ଏହି ଲୁଟ୍‌ ହୋଇଛି। ମିଠାରେ ନିଶା ମିଶାଇ ଖାଇବାକୁ ଦେବାପରେ ଲୁଟେରାମାନେ ସୁନା ବ୍ୟବସାୟୀଙ୍କ ଘରୁ ୩୫ ଲକ୍ଷ ଟଙ୍କାର ସୁନା ଗହଣା ସହ ନଗଦ ୨ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। ସୂଚନା ଅନୁସାରେ, ଲୁଟ୍‌ ପାଇଁ ଲୁଟେରାମାନେ ଯୋଜନା ମୁତାବକ ୩ ମାସ ପୂର୍ବେ ସୁନା ବ୍ୟବସାୟୀଙ୍କ ଘରେ ଭଡ଼ାରେ ରହିଥିଲେ। ଘର ମାଲିକ ଓ ତାଙ୍କର ପରିବାର ସଦସ୍ୟଙ୍କ ଗତିବିଧିକୁ ଦେଖି ଲୁଟ୍‌ ପାଇଁ ପୂରା ପ୍ଲାନିଂ ପ୍ରସ୍ତୁତ କରିଥିଲେ। ଗତକାଲି ସନ୍ଧ୍ୟା ୮ଟାରେ ଚାକିରି ହୋଇଥିବା କହି ବ୍ୟବସାୟୀଙ୍କ ପରିବାର ଲୋକଙ୍କୁ ମିଠା ଖୁଆଇଥିଲେ। ମିଠା ଖାଇବାର ୨ ଘଣ୍ଟା ପରେ ପରିବାରର ସମସ୍ତ ସଦସ୍ୟ ଅଚେତ ହୋଇ ପଡ଼ିଥିଲେ। ଏହାପରେ ଲୁଟେରାମାନେ ଗ୍ୟାସ୍‌ କଟର ସାହାଯ୍ୟରେ ଝରକା କାଟି ଘର ଭିତରେ ପଶି ସୁନା ଗହଣା ଲୁଟି ନେଇଥିଲେ। ଲୁଟେରାମାନେ ୩୫ ଲକ୍ଷ ଟଙ୍କାର ସୁନା ଗହଣା ସହ ନଗଦ ୨ ଲକ୍ଷ ନେଇ ଫେରାର ହୋଇଯାଇଛନ୍ତି। ଏପରିକି ଲୁଟେରାମାନେ ସିସିଟିଭି କ୍ୟାମେରା ମଧ୍ୟ ନେଇ ଯାଇଛନ୍ତି। ଖବରପାଇ ସଦର ମହକୁମା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!