62

ଭୁବନେଶ୍ୱର-କଟକ ଜାତୀୟ ରାଜପଥରେ ଥିବା ପୁରୁଣା କୁଆଖାଇ ପୋଲରେ ଆଜିଠୁ ବନ୍ଦ ରହିବ ଯାତାୟାତ

କଟକ୨/୩: ଭୁବନେଶ୍ୱର-କଟକ ଜାତୀୟ ରାଜପଥରେ ଥିବା ପୁରୁଣା କୁଆଖାଇ ପୋଲରେ ଆଜିଠୁ ବନ୍ଦ ରହିବ ଯାତାୟାତ। ଏହି ବ୍ରିଜ ଦୀର୍ଘ ଦିନ ଧରି ବିପଦସଙ୍କୁଳ ଅବସ୍ଥାରେ ରହିଛି। ତେଣୁ ଏହାର ମରାମତି ପାଇଁ ଆଜିଠୁ ମେ ୨ ତାରିଖ ପର୍ଯ୍ୟନ୍ତ ଯାତାୟାତ ବନ୍ଦ ରହିବ। କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ଟ୍ୱିଟ୍‌ କରାଯାଇ ଏହି ସୂଚନା ଦିଆଯାଇଛି। ଏହି ବ୍ରିଜ୍‌ ମରାମତି ହେବାକୁ ଥିବାରୁ ଏହା ବ୍ରିଜ୍‌ ଉପରେ କୌଣସି ଯାନବାହନ ଚଳାଚଳ ହେବ ନାହିଁ। ଭୁବନେଶ୍ୱର ପଟୁ କଟକ ଯାଉଥିବା ସମସ୍ତ ପ୍ରକାର ଯାନବାହନ ମଝି କୁଆଖାଇ ପୋଲ ଦେଇ ଯାତାୟାତ କରିବ।କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଓଡ଼ିଶା ଅର୍ବାନ୍‌ ପୋଲିସ୍‌ ଆକ୍ଟ ୨୦୦୩ ଧାରା ୨୮ ଏବଂ ପୋଲିସ୍‌ କମିଶନରେଟ୍‌ ଭୁବନେଶ୍ୱର-କଟକ ଟ୍ରାଫିକ୍‌ ଓ ପବ୍ଲିକ୍‌ ଅର୍ଡର ୨୦୦୮ ଧାରା ୩୬ ଅନୁସାରେ ସର୍ବସାଧାରଣଙ୍କ ଯାତାୟାତ ନିମନ୍ତେ ଏହି କଟକଣା ଲାଗୁ କରାଯାଇଛି। ଜାତୀୟ ରାଜପଥ ପ୍ରାଧିକରଣ, ଭୁବନେଶ୍ୱର, ବାମ ପାର୍ଶ୍ୱରେ ଥିବା ପୁରୁଣା କୁଆଖାଇ ପୋଲର ମରାମତି କରିବା ନିମନ୍ତେ ମାର୍ଚ୍ଚ ୨ ତାରିଖଠୁ ମେ ୨ ତାରିଖ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାନବାହାନ ଯାତାୟାତ ବନ୍ଦ ରହିବ। ଭୁବନେଶ୍ୱର ପଟୁ କଟକ ଯାଉଥିବା ସମସ୍ତ ପ୍ରକାର ଯାନବାହନ ମଝି କୁଆଖାଇ ପୋଲ ଦେଇ ଯାତାୟାତ କରିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!