ରାୟଗଡା,୨/୩ : ରାୟଗଡା ବ୍ଲକ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ନେଇ ମଙ୍ଗଳବାର ଖବର ମିଳିଛି। କନିଷ୍ଠ ଯନ୍ତ୍ରୀ କେ.ନାଗେଶ୍ୱର ସେନାପତିଙ୍କ ବାସଭବନ ସମେତ ଅନେକ ସ୍ଥାନରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଚାଲିଛି। ମୋଟ ୬ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି। ଜଗନ୍ନାଥବିହାର ସ୍ଥିତ ବାସଭବନ,ବ୍ରହ୍ମପୁର ଓ ଆସିକା ଘରେ ,ରାୟଗଡା କାର୍ଯ୍ୟାଳୟ ଓ ଗଜପତି ଛଅମାଇଲ ଇଟାଫ୍ୟାକ୍ଟ୍ରିରେ ମଧ୍ୟ ଚଢାଉ କରାଯାଇଛି। ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |