68

ବାରଙ୍ଗରେ ବିବନ

ଭୁବନେଶ୍ୱର୫/୩: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଘଟଣା ସ୍ଥଳକୁ ନେଇ ଆଜି ସିନ୍ ରିକ୍ରିଏଟ୍ କରୁଛି ସିବିଆଇ। ୧୯୯୯ ମସିହାରେ ଘଟିଥିବା ସେହି ସ୍ଥାନକୁ ନେଇ ତଦନ୍ତକାରୀ ସଂସ୍ଥା ତନାଘନା ଚଳାଇଛି। କେମିତି ଘଟାଇଥିଲା ଏ ଜଘନ୍ୟକାଣ୍ଡ ସିବିଆଇ ତାହାର ଖୋଳତାଡ଼ କରୁଥିବା ବେଳେ ସେଦିନ କଣ ସବୁ ଘଟିଇଲା ତାହା ଗୋଟି ଗୋଟିଏ କରି ଦେଖାଉଛି ବିବନ। ଚନ୍ଦକା ଥାନା ଅଂଚଳରେ ଯେଉଁଠି ଘଟିଥିଲା ଏ ଘଟଣା, ବିବନକୁ ସେଠାକୁ ନେଇ ଛାନଭିନ୍ କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ। ଗତକାଲି ବିବନକୁ ଦୁଇଦିନିଆ ରିମାଣ୍ଡରେ ନେଇଥିଲା ପୋଲିସ୍। ଆଉ ଆଜି ରିମାଣ୍ଡର ଶେଷ ଦିନ। ୧୯୯୯ର ସେହି କାଳ ରାତିର କଳଙ୍କିତ କାହାଣୀ ସମ୍ପର୍କରେ ବିବନ ମୁହଁରୁ ସତ ବାହାର କରୁଛି ସିବିଆଇ। ସେହିଭଳି ଏହି କୁତ୍ସିତ କାଣ୍ଡ ପରେ କେମିତି ରାଜ୍ୟ ବାହାରକୁ ଖସିଯାଇଥିଲା? କେମିତି ନାଁ ବଦଳାଇ ଲୁଚି ବୁଲୁଥିଲା? କାହା ପ୍ରରୋଚନାରେ ଭିଆଇଥିଲା ଜଘନ୍ୟ ଅପରାଧ? କେଉଁମାନେ ତାକୁ ଫେରାର୍ କରାଇବାକୁ ସହଯୋଗ କରିଥିଲେ? ଏସବୁ ଦିଗକୁ ଫୋକସ୍‌ରେ ରଖି ବିବନ ମୁହଁରୁ ସତ ବାହାର କରିବାକୁ ଚେଷ୍ଟା କରୁଛି ସିବିଆଇ। ସିବିଆଇର ସିନ୍ ରିକ୍ରିଏସନ୍ ପରେ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଅଞ୍ଜନା ମିଶ୍ର।  ସିବିଆଇ ଷଡ଼ଯନ୍ତ୍ର ଦିଗ ପଦାକୁ ଆଣୁ ଓ ଏହାର ସମାଧାନ କରିବା ଉଚିତ୍ ବୋଲି ଅଞ୍ଜନା କହିଛନ୍ତି। ବିବନକୁ ଫେରାର କରିବାରେ କିଏ ସାହାଯ୍ୟ କରିଥିଲା ?  କିଏ ସୁରକ୍ଷା ଦେଇ ତାକୁ ରଖିଥିଲା ଏସବୁ କଥା ପଦାକୁ ଆସିବା ଦରକାର ସେ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!