30

କୋଲକାତାରେ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଲି

କୋଲକାତା ୦୭/୦୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଲକାତା ବ୍ରିଗେଡ ମଇଦାନରେ ଏକ   ରାଲିକୁ ସମ୍ବୋଧିତ କରିବେ। ମୋଦିଙ୍କ ଏହି ରାଲିରେ ସାମିଲ ହେବାକୁ ଅଭିନେତା ମିଥୁନ ଚକ୍ରବର୍ତ୍ତୀରେ କୋଲକାତାରେ ପହଞ୍ଚିଛନ୍ତି। ବିଳମ୍ବିତ ରାତିରେ ସେ ରାଜ୍ୟ ବିଜେପି ପ୍ରଭାରୀ କୈଳାସ ବିଜୟବର୍ଗିୟଙ୍କୁ ସାକ୍ଷାତ କରିଥିଲେ। ରବିବାର ଅପରାହ୍ନ ୧୨ଟା ସମୟରେ ବ୍ରିଗେଡ ମଇଦାନରେ ସେ ବିଜେପିରେ ସାମିଲ ହେବେ। ରାଲିରେ ମୋଦିଙ୍କ ସହ ବିଜେପିର ତମାମ ବରିଷ୍ଠ ନେତା ଉପସ୍ଥିତ ରହିବେ। ମିଥୁନଙ୍କ ଛଡା ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବିଜେପିରେ ସାମିଲ ହେବେ କି ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଠିଛି। ମୋଦିଙ୍କ ରାଲିରେ ଗାଙ୍ଗୁଲି ବିଜେପିରେ ସାମିଲ ହେବାନେଇ ଅନୁମାନ କରାଯାଉଛି। ପ୍ରଧାନମନ୍ତ୍ରୀ ଅପରାହ୍ନ ୨ଟା ବ୍ରିଗେଡ ମଇଦାନରେ ପହଞ୍ଚିବେ। ତେବେ ଗାଙ୍ଗୁଲି ବିଜେପିରେ ସାମିଲ ହେବେ ନା ନାହିଁ ଏବଂ ଯଦି ହେବେ ତାହେଲେ ଆଜି ହେବେ କି ବୋଲି ଲୋକଙ୍କ ମନରେ ସନ୍ଦେହ ରହିଛି। ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପିର ବଡ ବଡ ନେତା ଲଗାତାର ପଶ୍ଚିମବଙ୍ଗ ଗସ୍ତ କରୁଛନ୍ତି। ସେ ଦୃଷ୍ଟିକୋଣରୁ ଆଜି ପଶ୍ଚିମବଙ୍ଗରେ ରାଜନୀତିର ସୁପରସଣ୍ଡେ ବୋଲି କୁହାଯାଉଛି। ଆଜି ମୋଦି ବ୍ରିଗେଡ ମଇଦାନରେ ଏକ ରାଲିକୁ ସମ୍ବୋଧିତ କରିବେ। ଅପରପକ୍ଷରେ ମମତା ବାନାର୍ଜୀ ଆଜି ଉତ୍ତର କୋଲକାତାରେ ମହଙ୍ଗା ଦର ବିରୋଧରେ ପଦଯାତ୍ରା କରିବେ। ବୃଦ୍ଧି ପାଉଥିବା ଗ୍ୟାସ ସିଲିଣ୍ଡର ଦର ବିରୋଧରେ ମମତା ପଦଯାତ୍ରା କରିବେ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!