33

ଛାତରୁ ଖସିପଡି Muthut ଗ୍ରୁପର ଚେୟାରମ୍ୟାନ୍ ଙ୍କ ମୃତ୍ୟୁ

ନୂଆଦିଲ୍ଲୀ ୭।୩: ସୁନା ବଦଳେ ଋଣ ଦେଉଥିବା କମ୍ପାନୀ ମୁଥୁଟ ଗ୍ରୁପ ଚେୟାରମ୍ୟାନ୍‌ ଏମ.ଜି. ଜର୍ଜ ମୁଥୁଟଙ୍କ ପରଲୋକ ହୋଇଛି। ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ଦିଲ୍ଲୀର ଇଷ୍ଟ ଅଫ କୈଳାଶସ୍ଥିତ ବାସଭବନ ଛାତରୁ ସେ ଖସିପଡିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |ତେବେ ତାଙ୍କର ମୃତ୍ୟୁର କାରଣ ଜାଣିବା ଲାଗି ପୋଷ୍ଟମର୍ଟମ ନିମନ୍ତେ ଶନିବାର ପର୍ଯ୍ୟନ୍ତ ରଖାଯାଇଥିଲା। ଶନିବାର ଡାକ୍ତରମାନେ ତାଙ୍କର ପୋଷ୍ଟମର୍ଟ କରିଥିବା ବେଳେ ରିପୋର୍ଟ ପ୍ରଦାନ କରିଛନ୍ତି। ଏଥିରେ ତାଙ୍କର ପଡିଯିବା ଯୋଗୁ ଆଘାତକାରଣରୁ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି। ପୋଲିସ ସୂଚନା ଅନୁସାରେ ୭୧ ବର୍ଷ ବୟସ୍କ ମୁଥୁଟ୍‌ ଗତ କିଛି କାଳ ହେଲା ଅସୁସ୍ଥ ଥିଲେ ଓ ଘରେ ରହୁଥିଲେ। ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ସେ ଅଚାନକ ଛାତରୁ ତଳକୁ ଖସି ପଡିଥିଲେ। ତେବେ ତାଙ୍କ ଦ୍ୱାରା ସ୍ଥାପିତ ମୁଥୁଟ୍‌ ଗ୍ରୁପ ଦେଶର ସର୍ବ ବୃହତ୍ତ ଅର୍ଥଲଗାଣକାରୀ ସଂସ୍ଥାରେ ପରିଣତ ହୋଇଛି। ମୁଥୁଟ ଫାଇନାନ୍ସ ଏକ ଅଣ ବ୍ୟାଙ୍କିଙ୍ଗ ସଂସ୍ଥା ଓ କେବଳ ସ୍ୱର୍ଣ୍ଣ ବଦଳରେ ଋଣ ଦେଇଥାଏ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!