ପାଟନା ୦୮/୦୩: ବିହାର ଖଗାଡ଼ିଆରେ ସ୍କୁଲ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଚାପି ହୋଇ ୬ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଗୋଗରି ପ୍ରଖଣ୍ଡରେ ଥିବା ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କାନ୍ଥ ଭୁଶୁଡ଼ିଥିବା ଜଣାପଡ଼ିଛି। ଅନ୍ୟ ଶ୍ରମିକମାନେ ଏବେ ବି ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ପହଞ୍ଚିଛି। ସ୍ଥାନୀୟ ଲୋକଙ୍କ ସହ ଉଦ୍ଧାରକାର୍ଯ୍ୟରେ ଲାଗି ପଡ଼ିଛି ପୋଲିସ। ଏବେ ସୁଦ୍ଧା ୬ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି। ଉଦ୍ଧାରକାର୍ଯ୍ୟରେ ଜେସିବି ମେସିନ୍ ନିୟୋଜିତ ହୋଇଛି। କୁହାଯାଉଛି ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ। ସମସ୍ତ ଶ୍ରମିକ ସ୍କୁଲ ପାଖରେ ଏକ ନାଳ ନିର୍ମାଣରେ ନିୟୋଜିତ ଥିଲେ। ଏହି ସମୟରେ ସ୍କୁଲ କାନ୍ଥ ଭୁଶୁଡ଼ିଥିବା ସୂଚନା ମିଳିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |