42

ପୁରୁଷଙ୍କ ଠାରୁ ମହିଳା କୈାଣସି ଗୁଣରେ କମ ନୁହଁନ୍ତି – ଜିଲ୍ଲାପାଳ

କେନ୍ଦ୍ରାପଡ଼ା, ୮ା୩ : ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଆନୁକୁଲ୍ୟରେ କେନ୍ଦ୍ରାପଡା ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଚିନ୍ମୟୀ ରଥଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମହିଳା ସମାରୋହରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଜି ମହିଳାମାନଙ୍କର ଗର୍ବ କରିବାର ଦିନ । ପୂର୍ବରୁ ଥିବା ସାମଜିକ ସ୍ତରରେ ଲିଙ୍ଗଗତ ବୈଷମ୍ୟ ଆଜି ଆଉ ନାହିଁ । ମହିଳାମାନେ ଶସକ୍ତ ହେଲେ ସମାଜର ପରିବର୍ତ୍ତନ ସହ ଏକ ସୁସ୍ଥ ସମାଜ ଗଠନ ସମ୍ଭବ ହୋଇପାରିବ । ପୁରୁଷ କେନ୍ଦ୍ରୀକ ସମାଜ ଆଜି ଆଉ ନାହିଁ । ଜଣେ ପୁରୁଷ ଠାରୁ ମହିଳାଟିଏ କୈାଣସି ଗୁଣରେ କମ ନୁହେଁ । ଆଜି ସାମାଜିକ, ରାଜନୈତିକ ଓ ଚାକିରୀ କ୍ଷେତ୍ରରେ ମହିଳାମାନେ ବହୁ ଉଚ୍ଚକୁ ଯାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିଛନ୍ତି । ସରକାରଙ୍କ ମହିଳା ଶସକ୍ତିକରଣ କାର୍ଯ୍ୟକ୍ରମ ଯୋଗୁଁ ବହୁ ମହିଳାଙ୍କର ଆର୍ଥିକ ବିକାଶ ସମ୍ଭବ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ । ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ ଭଳି ମହିଳାମାନଙ୍କ ପାଇଁ ସମଗ୍ର ବିଶ୍ୱକୁ ଆକ୍ରାନ୍ତ କରିଥିବା କୋଭିଡ – ୧୯ ମହାମାରୀକୁ ପ୍ରତିହତ କରିବାରେ ଆମେ ସଫଳ ହୋଇପାରିଛେ ବୋଲି ଜିଲ୍ଲାପାଳ ଶ୍ରୀ ଋତୁରାଜ କହିଥିଲେ । ଅନ୍ୟତମ ଅତିଥି ଭାବେ ସହକାରୀ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଯୋଗଦେଇ ଜଣେ ମହିଳା ପୁରୁଷ ଜୀବନର ଏକ ପ୍ରମୁଖ ଅଙ୍ଗ ଭଳି । ଜନ୍ମ ଠାରୁ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ମା, ଭଉଣୀ, ପତ୍ନୀ ଓ ଝିଅ ଭାବରେ ଜଣେ ମହିଳା ଆମ ଜୀବନରେ ପ୍ରମୁଖ ଭୂମିକା ନିଭାଇ ଥାନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ରାଜ୍ୟ ସ୍ତରରେ ଜଣେ ସଫଳ ସିଡିପିଓ ଭାବେ ରାଜନଗର ସିଡିପିଓ ପୁଷ୍ପଲତା ଦାସ, ଜିଲ୍ଲାର ସଫଳ କ୍ଷେତ୍ରପରିଦର୍ଶିକା ଭାବେ କେନ୍ଦ୍ରାପଡା ଆଇ.ସି.ଡି.ଏସ.ର ସୁପରଭାଇଜର ସୁନିତା ନାୟକ, ପଟ୍ଟାମୁଣ୍ଡାଇ ବ୍ଲକର ବନ୍ତ କେନ୍ଦ୍ରର ଅଙ୍ଗନୱାଡି କର୍ମୀ ଓ କିଶୋରୀ ବାଳୀକା ରାଜଲକ୍ଷ୍ମୀ ଦାସଙ୍କୁ ମାନପତ୍ର ସହ ୫ହଜାର ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ମିଶନଶକ୍ତି ପକ୍ଷରୁ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୈାରାଚଂଳର ସଫଳ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିକୁ ମଧ୍ୟ ପୁରସ୍କୃତ କରାଯାଇଥିଲା । କୋଭିଡ ସମୟରେ ନିଜର ଦାୟୀତ୍ୱ ସଫଳତାର ସହ ନିର୍ବାହ କରିଥିବାରୁ ଜିଲ୍ଲାର ବିଭିନ୍ନ ବ୍ଲକର ସିଡିପିଓ, ସୁପରଭାଇଜର, ଅଙ୍ଗନୱାଡି କର୍ମୀ, ମିଶନଶକ୍ତିର ବ୍ଲକ ସଂଯୋଜକ, ମମତା ଯୋଜନାର ବ୍ଲକ ପ୍ରୋଗ୍ରାମ ଆସିଷ୍ଟାଂଟ, ସ୍ୱାଗତ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିବା ପଲ୍ଲିଶ୍ରୀ ମହିଳା ସମିତି ସ୍ୱାଧାରଗୃହର ଅନ୍ତେବାସୀ, ରେସୱା ସ୍ୱାଧାର ଗୃହର ସୁପରିଟେଣ୍ଡେଂଟ ମୀନତୀ ମହାରଣା ପ୍ରମୁଖଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ମଙ୍ଗଳ ଅଧିକାରିଣୀ ମମତାରାଣୀ ପରିଡା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଶେଷରେ ଜିଲ୍ଲା ମମତା ଯୋଜନାର ସଂଯୋଜକ ମନୋରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକର ଆଇସିଡିଏସର ସିଡିପିଓ, ସୁପରଭାଇଜର, ମିଶନଶକ୍ତିର ବିପିସି , ଅଙ୍ଗନୱାଡି କର୍ମୀ, ସହାୟିକା, ସ୍ୱୟଂ ସହାୟିକା ଗୋଷ୍ଠିର କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!